Spread the love

ନୂଆଦିଲ୍ଲୀ: ଗୁରୁଜୀ…. ଅଧିକ ପାଠ ଲେଖିନି, ମୋର ଭବିଷ୍ୟତ ଖରାପ କରିବେ ନାହିଁ, ମୋତେ ଫେଲ କରିବେନି, ଏହା ରହିଲା ଆପଣଙ୍କ ମିଠା ଖାଇବା ଖର୍ଚ୍ଚ, ଭାବୁଛି ଖୁସିରେ ଗ୍ରହଣ କରି‌ବେ।
ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କ ଉତ୍ତର ଖାତା ଦେଖିବା ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଘଟିଥିବା ଜଣାପଡ଼ିଛି। ୭ଦିନର ଖାତା ମୂଲ୍ୟାଙ୍କନ ମଧ୍ୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏଯାବତ ୧୫ହଜାର ଟଙ୍କା ମିଳି ସାରିଥିବା ଖବର ରହିଛି। ଏହି ନୋଟ ମଧ୍ୟରେ ୧୦୦, ୫୦୦ ଓ ୨୦୦୦ହଜାରଟଙ୍କା ରହିଛି।
ସୂଚନାଯୋଗ୍ୟ, ପଦାର୍ଥ ବିଜ୍ଞାନ, ଗଣିତ ଏବଂ ରସାୟନ ବିଜ୍ଞାନର ଉତ୍ତର ସିଟରୁ ଅଧିକ ପରିମାଣର ଟଙ୍କା ମିଳୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କହିଛନ୍ତି। ବାରାଣସୀ ଜିଲ୍ଲାରେ ଚାରୋଟି ମୂଲ୍ୟାଙ୍କନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସରକାରୀ କୁଇନ୍ସ ଇଣ୍ଟର କଲେଜ ଏବଂ ପିଏନ ସରକାରୀ ଇଣ୍ଟର କଲେଜରେ ଇଣ୍ଟର ଶିକ୍ଷାର୍ଥୀମାନଙ୍କ ଉତ୍ତର ପୁସ୍ତକ ଯାଞ୍ଚ କରାଯାଉଛି।
ଶନିବାର, ୧୬୨୩ ପରୀକ୍ଷକ ୪୯,୪୫୭ ଉତ୍ତର ସିଟ ମୂଲ୍ୟାଙ୍କନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୮୪ ପରୀକ୍ଷକ ପ୍ରଭାସ ନାରାୟଣ ସରକାରୀ ଇଣ୍ଟର କଲେଜରେ ୧୩,୮୨୩ ଉତ୍ତର ସିଟ ମୂଲ୍ୟାଙ୍କନ କରିଥିଲେ। ୨୫୩ ପରୀକ୍ଷକ ସରକାରୀ କୁଇନ୍ସ ଇଣ୍ଟର କଲେଜରେ ୯୯୭୭ କପି ଯାଞ୍ଚ୍‌ କରିଥିଲେ। ମହାବୋଧି ଇଣ୍ଟର କଲେଜରେ ୪୭୬ ପରୀକ୍ଷକଙ୍କ ଦ୍ୱାରା ୨୨,୧୧୧ କପି ଯାଞ୍ଚ କରାଯାଇଥିଲା । ଭାରତୀୟ ଶିକ୍ଷା ମନ୍ଦିରରେ, ୬୧୦ ପରୀକ୍ଷକଙ୍କ ଦ୍ୱାରା ୩୫୪୬ ଉତ୍ତର ସିଟ ଯାଞ୍ଚ କରାଯାଇଥିଲା।

Leave a Reply

Your email address will not be published. Required fields are marked *