Spread the love

ଭୁବନେଶ୍ବର: ମହାନଦୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜର ମତ ରଖିଛନ୍ତି। ସେ କହିଛନ୍ତି, ୨୦୦୦ ମସିହାରୁ ଗୃହରେ ମହାନଦୀ ପ୍ରସଙ୍ଗରେ ଆଲୋଚନା ଚାଲିଛି। ଆଲୋଚନା ପାଇଁ ସେମାନେ ଆହ୍ବାନ ଦେଲେ, କିନ୍ତୁ ଆମେ ଯେତେବେଳେ ମୋସନ ଦେଲୁ ସେତେବେଳେ ସରକାର ପଛଘୁଞ୍ଚା ଦେଲେ। ଦେଖାଯାଉ ବାଚସ୍ପତି ରୁଲିଂ ଦେଇଛନ୍ତି, ବିଧାନସଭା ଚଳାଉଛନ୍ତି ନା ବନ୍ଦ କରୁଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ଆହୁରି କହିଛନ୍ତି, ଉପାୟ ଖୋଜିଲେ ବାହାରିବନି ? ୨୦୧୬-୧୭ରେ ମୁଖ୍ୟମନ୍ତ୍ରୀ କହିଥିଲେ ମୁ କାହାର ସହଯୋଗ ନେବାକୁ ଚାହେଁନି। ମୁଁ ଏକା ସବୁ କରିପାରିବି। ବର୍ତ୍ତମାନ କଣ ବୋଲି କହିବେ? ଗୃହରେ ଦୁଇ ଦୁଇଟି ଗୃହ କମିଟି ହେଲା। ଗୋଟିକରେ ଅଧ୍ୟକ୍ଷ ଥିଲେ ମୁଖ୍ୟମନ୍ତ୍ରୀ, ଅନ୍ୟଟିରେ ଅଧ୍ୟକ୍ଷ ଥିଲେ ବାଚସ୍ପତି। ଥରଟିଏ ମିଟିଂ ଡାକିଛନ୍ତି? ବିରୋଧୀ ଦଳମାନଙ୍କୁ ବିଶ୍ୱାସକୁ ନେଉନାହାନ୍ତି, ଯେଉଁଥିପାଇଁ ଫେଲ୍ ମାରୁଛନ୍ତି।

Leave a Reply

Your email address will not be published. Required fields are marked *