Spread the love

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ରୋକ ଆନ୍ଦୋଳନରେ ଆଜି ବେଲପାହାଡ଼ ବନ୍ଦ। ସକାଳ ୭ଟାରୁ ଆରମ୍ଭ ହୋଇଛି ରେଳ ରୋକ ଆନ୍ଦୋଳନ। ବେଲପାହାଡ ଲଖନପୁର ରେଳ ୟୁଜର ଫୋରମ ଏହି ରେଳ ରୋକ ଆନ୍ଦୋଳନ ଡାକରା ଦେଇଛି।

ବେଲପାହାଡ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣି ଦାବିରେ ଏହି ପ୍ରତିବାଦ କରାଯାଉଛି। ରେଳ ଧରାଣା ଉପରେ ବସି ପ୍ରତିବାଦ କରୁଛନ୍ତି ଶହ ଶହ ଲୋକେ। ଯାତ୍ରୀବହୀ ଟ୍ରେନ ସହ ମାଳବାହୀ ଟ୍ରେନ ଗୁଡିକୁ ମଧ୍ୟ ରୋକାଯାଇଛି।ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *