Spread the love

ନୂଆଦିଲ୍ଲୀ: ଚର୍ଚ୍ଚାରେ ରେଳ ଟିକେଟ ଚେକର ରୋଜାଲିନ ଆରୋକିଆ ମେରି। ବିନା ଟିକେଟ‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ୧କୋଟି ଟଙ୍କାର ଜରିମାନା ଆଦାୟ କରି ଏବେ ଚର୍ଚ୍ଚାରେ ଅଛନ୍ତି ରୋଜାଲିନ। ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି। ସେ ଏବେ ୧କୋଟି ଜରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ହୋଇପାରିଛନ୍ତି।
ରେଳ ମନ୍ତ୍ରାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କ କିଛି ଫଟୋ ସେୟାର କରାଯାଇଛି। ଏହି ଫଟୋଗୁଡ଼ିକରେ ସେ ଯାତ୍ରୀମାନଙ୍କ ଟିକେଟ୍ ଯାଞ୍ଚ କରୁଥିବା ସହ ଜରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି। ରେଳ ମନ୍ତ୍ରାଳୟ ରୋଜାଲିନଙ୍କ ଫଟୋ ଟ୍ବିଟ କରି କ୍ୟାପସନରେ ଲେଖିଛି, ସେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ନିଜର କାର୍ଯ୍ୟ କରୁଛନ୍ତି। ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି। ସେ ବିନା ଟିକେଟରେ ଯାତ୍ରା କରୁଥିବ‌ା ରେଳ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କା ଜରିମାନା ଆକାରରେ ସଂଗ୍ରହ କରିଛନ୍ତି।
ରେଳ ମନ୍ତ୍ରାଳୟର ଏଭଳି ଟ୍ବିଟ ପରେ ଲୋକେ ରୋଜାଲିନଙ୍କ କାମକୁ ପ୍ରଶଂସା କରିବା ସହ ଏଭଳି ମହିଳା ଭାରତକୁ ସଶକ୍ତ କରିବେ ବୋଲି କହିବା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *