Spread the love

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳରେ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଚଢ଼ାଉ କରି ଏସ୍‌ଟିଏଫ୍ ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି।
ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଚମଡ଼ା କାରବାର ଚାଲିଥିବା ନେଇ ଏସଟିଏଫ ଖବର ପାଇ ଚାରିଛକରେ ୫ ଦିନ ହେଲା ଡେରା ପକାଇ ରହିଥିଲା। ଗତକାଲି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଏସ୍‌ଟିଏଫ୍ ହରଭଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ଛତ୍ରଙ୍ଗରୁ ହରଭଙ୍ଗାକୁ ଯାଇଥିବା ରାସ୍ତାରେ ଏହି ଚଢ଼ାଉ ହୋଇଥିଲା। ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଏସ୍‌ଟିଏଫ୍ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ କଲତାପତରିଆ ବାଘର ଛାଲ ସହିତ ଦୁଇଟି ହରିଣ ଛାଲ ଜବତ କରିଥିଲା। ତାଙ୍କ ଠାରୁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ସୁବାଷଚନ୍ଦ୍ର ସାହୁ। ତାଙ୍କ ଘର ହରଭଙ୍ଗା ଗାଁରେ।
ଜବତ ଛାଲଗୁଡ଼ିକୁ ଡେରାଡୁନ୍ ସ୍ଥିତ ୱାଇଲ୍ଡଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ବୋଲି ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି। ଏହା ସହିତ ଏସ୍‌ଟିଏଫ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *