Spread the love

ଭୁବନେଶ୍ବର : ବିଜେଡି ସାଧାରଣ ସମ୍ପାଦକ ବବି ଦାସଙ୍କ କ୍ରୀତଦାସ ମନ୍ତବ୍ୟକୁ ବିଜେପିର କଡ଼ା ସମାଲୋଚନା। ବବି ଦାସ ଲୋକଙ୍କର ନୁହେଁ ବରଂ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର।
ଶ୍ରୀ ମହାପାତ୍ର କହିଛନ୍ତି, ବବିଙ୍କ ମନ୍ତବ୍ୟ ତାଙ୍କର ସାମନ୍ତବାଦୀ ମାନସିକତାର ପରିଚୟ। ୧୮୪୩ ମସିହାରୁ ବିଲୋପ ହୋଇଛି କ୍ରୀତଦାସ ପ୍ରଥା। ତେଣୁ ଏ କେଉଁ ପ୍ରକାର ମାନସିକତା।
ପୁଣି ବ୍ରିଟିଶ ଶାସନ ଫେରୁ ବୋଲି ଚାହୁଁଛନ୍ତି କି ବିଜେଡ଼ି ନେତା। ବବି କହୁଛନ୍ତି ନବରଙ୍ଗପୁରକୁ ସିଏମଓ ଆସିଛି। ହେଲେ ସିଏମଓ କିଏ? ୫ଟି ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା ସିଏମଓ କେମିତି ହେଲା। କେତେବେଳେ ପ୍ରମୁଖ ସଚିବ କେତେବେଳେ ବ୍ୟକ୍ତିଗତ ସଚିବ, ପୁଣି କେତେବେଳେ ୫ଟି ସଚିବ। କିଏ ଏଭିତରୁ ସିଏମଓ? ବବି ଦାସ କହୁଛନ୍ତି ମୁଁ ସବୁ ଜାଗାକୁ ଯାଏ। ଯଦି ଆପଣଙ୍କ ଯୋଗ୍ୟତା ଅଛି ତାହେଲେ ନବୀନ ଆପଣଙ୍କୁ ମନ୍ତ୍ରୀ କାହିଁ କଲେନି।
ଅର୍ଥାତ ନବୀନ ଯୋଗ୍ୟ ଲୋକଙ୍କୁ ମନ୍ତ୍ରୀ କରନ୍ତି ନାହିଁ। ଏହା ଦୁଃଖ ଓ ପରିତାପର ବିଷୟ। ନିଜ ଚାକିରୀ ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି। ଲୋକଙ୍କର ନୁହେଁ ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବବି ଦାସ। ଏକଥା ସ୍ପଷ୍ଟ କହି ଦିଅନ୍ତୁ। ଜଣେ ଜନ ପ୍ରତିନିଧି ହିସାବରେ ଆପଣ ଓଡ଼ିଶା ଲୋକଙ୍କୁ ଆଉ ଭୂଆଁ ବୁଲାନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *