Spread the love

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଘରେ ପଶିଲା ପୁଲିସ। ନୋଟିସର ଜବାବ ନଦେବାରୁ ଦିଲ୍ଲୀ ପୁଲିସ ତାଙ୍କ ଘରେ ପକାଇଲା ଡେରା। କଶ୍ମୀରରେ ଭାରତ ଯୋଡୋ ଯାତ୍ରା ବେଳେ ରାହୁଲ ଯେଉଁ ବୟାନ ଦେଇଥିଲେ ସେ ନେଇ ତାଙ୍କ ପୁଲିସ ତାଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲା। ଏଥିପାଇଁ ତାଙ୍କୁ ମାର୍ଚ୍ଚର୍ ୧୬ ତାରିଖରେ ନୋଟିସ ପଠାଇଥିଲା। କିନ୍ତୁ ସେ ଏହାର କୌଣସି ଜବାବ ଦେଇନଥିଲେ। ଏହାପରେ ଆଜି ପୁଲିସ ତାଙ୍କ ଘରେ ପହଞ୍ଚିଛି।
ସୂଚନା ମୁତାବକ, ଶ୍ରୀନଗରରେ ଭାରତ ଯୋଡ଼ୋ ଯାତ୍ରା ଭାଷଣରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ଦିଲ୍ଲୀର ସ୍ପେସାଲ ପୁଲିସ କମିସନର୍ ସାଗରପ୍ରୀତ ହୁଡାଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ଘରେ ପହଞ୍ଚିଛି। ରାହୁଲଙ୍କ ସହ ଆଲୋଚନା କରିବାକୁ ଆସିଥିବା ନେଇ ହୁଡା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।
ଜାନୁଆରୀ ୩୦ ତାରିଖ ଦିନ ଭାରତ ଯୋଡ଼ୋ ଯାତ୍ରା ସମୟରେ ଶ୍ରୀନଗରେ ରାହୁଲ୍ ଗାନ୍ଧୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ମହିଳାଙ୍କ ବିଷୟରେ ବୟାନ ଦେଇଥିଲେ। ସେ କହିଥିଲେ ଯେ, ଯାତ୍ରା ସମୟରେ ସେ କେତେକ ମହିଳାଙ୍କୁ ଭେଟିଥିଲେ। ସେମାନେ ଦୁଷ୍କର୍ମର ଶିକାର ହୋଇଥିବା କଥା ତାଙ୍କୁ କହିଥିଲେ। ରାହୁଲ୍‌ଙ୍କ ପାଖରୁ ସେ ସମ୍ପର୍କୀୟ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ଆସିଛୁ। ତଥ୍ୟାବଳି ମିଳିଲେ ସେ ଦୁଷ୍କର୍ମ ପୀଡ଼ିତାମାନଙ୍କୁ ବିଚାର ମିଳିବ। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ କହିିଛି।
ଉଲ୍ଲେଖଯୋଗ୍ୟ, ଶ୍ରୀନଗରଠାରେ ଭାରତ ଯୋଡ଼ୋ ଯାତ୍ରାର ଶେଷ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ ଦେଇଥିବା ଭାଷଣ ସଂକ୍ରାନ୍ତରେ ପୁଲିସ ପୂର୍ବରୁ ଅବଗତ ଥିଲେ। ଉକ୍ତ ଭାଷଣରେ ରାହୁଲ୍ କହିଥିଲେ ଯେ, କେତେକ ମହିଳାଙ୍କ ସହିତ ଆଲୋଚନା କରିବା ବେଳେ ସେମାନେ ଯୌନ ଉତ୍ପୀଡନର ଶିକାର ହୋଇଥିବା କଥା ଜଣାଇଥିଲେ।

Leave a Reply

Your email address will not be published. Required fields are marked *