Spread the love

ଲକ୍ଷ୍ନୌ : ପବିତ୍ର ରମଜାନ ମାସରେ ମୁସଲମାନମାନଙ୍କ ପାଇଁ ଉତ୍ତରପ୍ରଦେଶ ସରକାର ସର୍ବୋତ୍ତମ ସୁବିଧାସୁଯୋଗର ବ୍ୟବସ୍ଥା କରିବାକୁ ରାଜ୍ୟ ସଂଖ୍ୟାଲଘୁ କମିସନ ଅନୁରୋଧ କରିଛି। ଏଥି ସହ କମିସନ ଅଭିଯୋଗ କରିଛି ଯେ, କେତେକ ମସଜିଦରେ ଆଇନ ଅନୁଯାୟୀ ଅନୁମତି ନେଇ ମାଇକ ଲଗାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ ତାହାକୁ ହଟାଇ ଦେଇଛନ୍ତି।
କମିସନ ମୁଖ୍ୟ ଆସଫାକ ସୈଫି କହିଛନ୍ତି ଯେ ଆଲ୍ଲାହାବାଦ ହାଇକୋର୍ଟଙ୍କ ମାର୍ଗଦର୍ଶିକା ଅନୁଯାୟୀ ଡେସିବେଲ ଲିମିଟ ସମେତ ସବୁ ନିୟମ ପାଳନ କରି ମାଇକ ଲଗାଯାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ମସଜିଦରୁ ମାଇକ ହଟାଇ ନେଇଥିବାର ଅନେକ ଅଭିଯୋଗ ତାଙ୍କ ପାଖକୁ ଆସିଛି। ତେଣୁ ଯେଉଁଠି ନିୟମାନୁଯାୟୀ ଅନୁମତି ସହ ମାଇକ ଲାଗିଛି ତାକୁ ନ ହଟାଇବା ପାଇଁ ସେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଚିଠି ଲେଖିଥିବା କହିଛନ୍ତି। ମୁସଲମାନମାନେ ଯେପରି ସଦ୍‌ଭାବ ଓ ସୁରକ୍ଷାର ଭାବ ଅନୁଭବ କରନ୍ତି ଏବଂ ପବିତ୍ର ରମଜାନ ମାସରେ ନିଜ ଧର୍ମ ପାଳନ କରିବା ପାଇଁ ସବୁ ପ୍ରକାର ସୁବିଧାସୁଯୋଗ ପାଆନ୍ତି କର୍ତ୍ତୃପକ୍ଷ ତାହା ସୁନିଶ୍ଚିତ କରିବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *