Spread the love

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ ପେଟ୍ରୋଲ ପମ୍ପଗୁଡ଼ିକ ଉପରେ ପଡ଼ିଛି। ଆସନ୍ତାକାଲି ରାଜ୍ୟରେ ଗଚ୍ଛିତ ଥିବା ପେଟ୍ରୋଲ ଓ ଡିଜେଲ୍ ଶେଷ ହୋଇଯିବ ବୋଲି ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭୁବନେଶ୍ୱରରେ ପେଟ୍ରୋଲ ପମ୍ପ ବନ୍ଦ ହେବା ଆରମ୍ଭ ହେଲାଣି। ଡିପୋରେ ଅଟକିଛି କିଛି ପେଟ୍ରୋଲ ଡିଜେଲ ଟ୍ୟାଙ୍କର। ଏହି ଟ୍ୟାଙ୍କରମାନଙ୍କ ମାଧ୍ୟମରେ ରାଜ୍ୟର ଥିବା ୧୬୦୦ରୁ ଉର୍ଦ୍ଧ୍ବ ତେଲ ଟାଙ୍କିରେ ତେଲ ପୁରାଯାଏ। ପାରାଦୀପ, ବାଲେଶ୍ଵର, ଝାରସୁଗୁଡା ଓ ଜଟଣୀ ଡିପୋରୁ ସାରା ରାଜ୍ୟକୁ ପରିବହନ ହୁଏ ପେଟ୍ରୋଲ ଓ ଡିଜେଲ। ଡ୍ରାଇଭର ସଙ୍ଘର ଆନ୍ଦୋଳନ ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଛି। ଭୁବନେଶ୍ୱରରେ ତେଲ ପରିବହନ ବନ୍ଦ ହେବା ଆରମ୍ଭ ହେଲାଣି। ତେଲ ଟ୍ୟାଙ୍କର ଗାଡ଼ି ଆସି ପାରୁ ନଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ଲୋକେ ବ୍ୟତିବ୍ୟସ୍ତ ହେଇ ଅଧିକ ପେଟ୍ରୋଲ କି ଡିଜେଲ କିଣିଲେ  ଆସନ୍ତାକାଲି ଅପରାହ୍ନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍ ସରିଯିବ। ଦିନକୁ ୬ ହଜାର ଲିଟର ଡିଜେଲ ରାଜ୍ୟରେ ଆବଶ୍ୟକ ହେଉଛି। ତେଣେ ଦିନକୁ ୨୭୫୦ କିଲୋ ଲିଟର ପେଟ୍ରୋଲ ଆବଶ୍ୟକ ହେଉଛି। ଯୋଗାଣ ବ୍ୟାହତ ହେଲେ ଗଚ୍ଛିତ ତେଲ ଜଲଦି ସରିଯିବ।

ଡ୍ରାଇଭରମାନଙ୍କ ଆନ୍ଦୋଳନ ବନ୍ଦ ନ ହେଲେ ସାରା ରାଜ୍ୟରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *