Spread the love

ଭୁବନେଶ୍ବର: ରାତି ପାହିଲେ ଓଡ଼ିଶା ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ। ମାର୍ଚ୍ଚ ୧୫ଠାରୁ ଆରମ୍ଭ ହେବାକୁ ଥିବା ଏହି ଆ‌ନ୍ଦୋଳନ ପାଇଁ ‌ମହାସଂଘ ଚେତାବନୀ ଦେଇଛି। ତେବେ ଏହି ଆନ୍ଦୋଳନ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଡ୍ରାଇଭର ସଂଘ ସହ ଆଲୋଚନାକୁ ଆମେ ଗୁରୁତ୍ବର ସହ ନେଉଛୁ। ଏହାକୁ ସଫଳ କରିବାକୁ ଚେଷ୍ଟା କରୁଛୁ। ଡ୍ରାଇଭରଙ୍କ ପାଇଁ ଆମେ ସକରାତ୍ମକ ଚିନ୍ତାଧାରା ରଖିଛୁ। ମୁଖ୍ୟମନ୍ତ୍ରୀ ପଜିଟିଭ ଚିନ୍ତା ରଖିବେ। ଦୁଇ ବର୍ଷ କୋଭିଡ ପରେ ପିଲାମାନେ ମେଟ୍ରିକ୍ ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀଙ୍କ କୌଣସି ଅସୁବିଧା ନହେବା ପାଇଁ ମୁଁ ଡ୍ରାଇଭରମାନଙ୍କୁ ଅନୁରୋଧ କରୁଛି। ସାଧାରଣ ଜନଜୀବନ ଯେମିତି କୌଣସି ଅସୁବିଧା ନହୁଏ ଓ ଦାବିକୁ ଗୁରୁତ୍ବର ସହ ନେଇ ବିଚାର କରିବୁ।
ଓଡ଼ିଶା ଡ୍ରାଇଭର ମହାସଂଘ ଆସନ୍ତାକାଲି (ମାର୍ଚ୍ଚ ୧୫) ଠାରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବ। ଆଜି ଏପରି ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି ୫ ସଂଘ। ଏବେ ଦଶମ ପରୀକ୍ଷା ଚାଲିଥିବା ହେତୁ ଭୁବନେଶ୍ୱର ସହରରେ କୌଣସି ଧାରଣା ଦିଆଯିବନାହିଁ ବୋଲି ସଂଘ କହିଛି। ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ନାଇଟ ହେଲ୍ପ ଟ୍ରଷ୍ଟ କ୍ୟାବ ସର୍ଭିସ୍ ସଂଘ, ଓଡ଼ିଶା ପରିବହନ ଚାଳକ ସଂଘ ଓ କଳିଙ୍ଗ ଅଟୋ ଚାଳକ ମହାସଂଘ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ଅନୁଯାୟୀ ଭୁବନେଶ୍ବରରେ କୌଣସି ବିରୋଧ କାର୍ଯ୍ୟକ୍ରମ କରିବୁ ନାହିଁ ବୋଲି ସଂଘ କହିଛି।

Leave a Reply

Your email address will not be published. Required fields are marked *