Spread the love

ପାଟନା : ବିଧାନସଭାରେ ଜୋରଦାର ହଙ୍ଗାମା। ଗାଲିଗୁଲଜ କରିବା ସହ ମାଇକ ଭାଙ୍ଗିଲେ ବିଜେପି ବିଧାୟକ। ଆଜି ବିହାର ବିଧାନସଭାର ପ୍ରଶ୍ନ କାଳ ଚାଲିଥିବା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ପୂରା ଘଟଣା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି।
ଗୃହରେ ପ୍ରଶ୍ନକାଳ ଚାଲିଥିବା ବେଳେ ଶାସକ ଦଳ ଦ୍ୱାରା ଦୁର୍ବ୍ୟବହାର କରାଯାଇଥିବା କୁହାଯାଉଛି। ପ୍ରଶ୍ନ କରୁଥିବା ବିଜେପି ବିଧାୟକ ଲଖେନ୍ଦ୍ର ପାସୱାନଙ୍କୁ ଅଟକାଇବାରୁ ସେ ରାଗି ଯାଇ ମାଇକ ଭାଙ୍ଗିଥିଲେ।
ଏହା ପରେ ଶାସକ ଦଳ ଏବଂ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଏଥିସହ ଗୃହ ଭିତରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପରିସ୍ଥିତି ଏତେ ଖରାପ ହୋଇଗଲା ଯେ, ବାଚସ୍ପତି ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ପରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କୁ ବିଧାନସଭାରୁ ଦୁଇ ଦିନ ଯାଏଁ ନିଲମ୍ବିତ କରାଯାଇଛି ।
ଲଖେନ୍ଦ୍ର ପାସୱାନ ହେଉଛନ୍ତି ପାତେପୁରର ବିଜେପି ବିଧାୟକ। ଆଜି ବିହାର ବିଧାନସଭାର ବଜେଟ୍ ଅଧିବେଶନରେ ବିରୋଧୀ ବିଧାୟକମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ। ଏହି ପ୍ରସଙ୍ଗରେ ବିଜେପି ବିଧାନସଭାରେ ସ୍ଥଗିତାଦେଶ ପ୍ରସ୍ତାବ ଆଣିଥିଲା। ଅଙ୍ଗନୱାଡି କର୍ମଚାରୀଙ୍କ ସମ୍ମାନ ବୃଦ୍ଧି ଦାବିରେ ଜୋରଦାର ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *