Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ସ୍ବାତୀଙ୍କ ପୂର୍ବତନ ସ୍ବାମୀ ନବୀନ ଜୟହିନ୍ଦ ନା‌ର୍କୋ ପରୀକ୍ଷା ପାଇଁ ଦାବି କରିଛନ୍ତି।
ନବୀନ ଜୟହିନ୍ଦ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସ୍ବାତୀ ମାଲିୱାଲ ଦେଇଥିବା ବୟାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।
ନବୀନ ଜୟହିନ୍ଦ କହିଛନ୍ତି, ‘ସ୍ବାତୀ ନିଜର ମାନସିକସ୍ଥିତିର ଚିକିତ୍ସା କରାନ୍ତୁ। ମ୍ୟାଡମ ଭୁତ ସହିତ ଭଗବାନ ବି ଲଢ଼ିଯିବେ ଓ ଦଣ୍ଡ ବି ଦେବେ…ଆପଣ ଗଧିଆ ସହିତ ଲଢ଼ନ୍ତୁ। ଆପଣ ଯେଉଁ ଅଭିଯୋଗ କରିଛନ୍ତି ତାହା ସତ, କିନ୍ତୁ ଏହା ପୁରାପୁରି ସତ ନୁହେଁ। ଶୋଷଣ ଓ ଯୌନ ଶୋଷଣ ମଧ୍ୟରେ ପ‌ାର୍ଥକ୍ୟ ରହିଛି। ନିଜର ନାର୍କୋ ପରୀକ୍ଷା କରି ଏହାକୁ ସର୍ବଜନୀନ କର‌ାନ୍ତୁ। କାରଣ ଆପଣଙ୍କ ଏଭଳି ବୟ‌ାନ ବାପା ଓ ଝିଅର ପବିତ୍ର ସମ୍ପର୍କକୁ ଖରାପ କରୁଛି। ତେଣୁ ନିଜର ମାନସିକସ୍ଥିତିକୁ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରାଇ ଆସନ୍ତୁ।’
ଗତ ଶନିବାର ଦିଲ୍ଲୀ ମହିଳା କମିସନ ମୁଖ୍ୟ ସ୍ବାତୀ ମାଲିୱାଲ ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କହିଥିଲେ, ‘ଯେତେବେ‌ଳେ ମୁଁ ଛୋଟ ଥିଲି, ଅର୍ଥାତ ୪ର୍ଥ ଶ୍ରେଣୀ‌ରେ ପାଠ ପଢ଼ୁଥିଲି। ମୋର ବାପା ମୋତେ ଯୌନ ନିର୍ଯାତନା ଦେଉଥିଲେ। ସେ ମୋତେ ଖୁବ ମାଡ଼ ମାରୁଥିଲେ। ଏହାକୁ ଭୟକରି ମୁଁ ପ୍ରାୟତଃ ଖଟ ତଳେ ଲୁଚି ରହୁଥିଲି। ଆଉ ସେହି ବିଛଣା ତଳେ ରାତିରାତି ରହି ଭାବୁଥାଏ ଏମିତି ମହିଳା ଓ ପିଲାଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କୁ କେମିତି ପାନେ ଦେବି।’
‘ବାପା ଯେତେବେଳେ ବି ମୋତେ ମାଡ଼ ମାରିବାକୁ ଆସନ୍ତି ମୋ କେଶକୁ ଧରି କାନ୍ଥରେ ପିଟି ଦେଇଥାଆନ୍ତି। ଏହି ମାଡ଼ ଖାଇବା ପରେ ମୋ ମୁଣ୍ଡ ଫୁଲିଯିବା‌ ସହିତ ରକ୍ତ ବି ବାହାରିଥାଏ। ବହୁତ ଯନ୍ତ୍ରଣା ହୋଇଥାଏ। ମୁଁ ଜାଣିଛି ଯେତେବେଳେ କୌଣସି ବ୍ୟକ୍ତି ଅତ୍ୟାଚାର ସହିଥାଏ, ସିଏ ବି ଅନ୍ୟର କଷ୍ଟକୁ ଅନୁଭବ କରିପାରିଥାଏ। ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କ କାରଣରୁ ସେ ଭୟାବହ ପରିସ୍ଥିତିରୁ ମୁଁ ମୁକୁଳି ପାରିଥିଲି। ଆଉ ଆଜି ଯାହା ବି ହୋଇଛି ସବୁ ସେମାନଙ୍କ ପାଇଁ ସମ୍ଭବ ହୋଇପାରିଛି।’

Leave a Reply

Your email address will not be published. Required fields are marked *