Spread the love

ବୁର୍ଲା: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀ ମୃତ୍ୟୁ ମାମଲାର ଡାଏଟମ୍ ଟେଷ୍ଟ ରିପୋର୍ଟ ଆସିଛି। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି। ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ଚିନ୍ମୟୀ ପ୍ରିୟଦର୍ଶନୀଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା ।
ସମ୍ବଲପୁର ଏସପି ବି ଗଙ୍ଗାଧର କହିଛନ୍ତି, ମୃତ୍ୟୁ ପୂର୍ବରୁ କୌଣସି ଯୌନାଚାର ହୋଇ ନାହିଁ। ଭିସେରା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଯେ କେହି ତାଙ୍କୁ ଠେଲି ଦେଇଥିଲେ କି ନା ସେ ନେଇ ତଦନ୍ତ କରାଯିବ। କିଛି ନିଶାଦ୍ରବ୍ୟ ଖାଇଥିଲେ କି ନା ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏଥିଲାଗି ଏବେ ଚିନ୍ମୟୀଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।ତେବେ ‌କେଉଁ ପରିସ୍ଥିତିରେ ଚିନ୍ମୟୀ ପ୍ରିୟଦର୍ଶନୀଙ୍କର ମୃତ୍ୟୁ ହୋଇଥିଲା, ସେନେଇ ତଦନ୍ତ ଜାରି ରହିବ।
ତେବେ ପୂର୍ବରୁ ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ମାମଲାରେ ଯଦିଓ ତଦନ୍ତ ଚାଲିବ, ତଥାପି ହତ୍ୟା ନୁହେଁ ବୋଲି କହି, ଏକପ୍ରକାର ଗାର ଟାଣି ଦେଇଥିଲେ ସମ୍ବଲପୁର ଏସପି।

ଏପଟେ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଏବଂ ମାନସ ଟୁଡୁଙ୍କୁ ନୋଟିସ୍ ଦେଇ ଛାଡ଼ି ଦେଇଛି ପୁଲିସ୍ । ଆବଶ୍ୟକ ପଡ଼ିଲେ ଉଭୟଙ୍କୁ ପୁଣି ଥାନାକୁ ଡକାଯିବ। ପୂର୍ବରୁ ଏଥିପାଇଁ ୭ଦିନ ବୁର୍ଲାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *