Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ବାତୀ ମାଲିୱାଲ ଗତ ଶନିବାର ତାଙ୍କ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶ୍ବାତୀ କହିଛନ୍ତି, ‘ଯେତେବେ‌ଳେ ମୁଁ ଛୋଟ ଥିଲି, ଅର୍ଥାତ ୪ର୍ଥ ଶ୍ରେଣୀ‌ରେ ପାଠପଢ଼ୁଥିଲି। ମୋର ବାପା ମୋତେ ଯୌନ ନିର୍ଯାତନା ଦେଉଥିଲେ। ସେ ମୋତେ ଖୁବ ମାଡ଼ ମାରୁଥିଲେ। ଏହାକୁ ଭୟକରି ମୁଁ ପ୍ରାୟତଃ ଖଟ ତଳେ ଲୁଚି ରହୁଥିଲି। ଆଉ ସେହି ବିଛଣା ତଳେ ରାତିରାତି ରହି ଭାବୁଥାଏ ଏମିତି ମହିଳା ଓ ପିଲାଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କୁ କେମିତି ପାନେ ଦେବି।
ବାପା ଯେତେବେଳେ ବି ମୋତେ ମାଡ଼ ମାରିବାକୁ ଆସନ୍ତି ମୋ କେଶକୁ ଧରି କାନ୍ଥରେ ପିଟି ଦେଇଥାଆନ୍ତି। ଏହି ମାଡ଼ ଖାଇବା ପରେ ମୋ ମୁଣ୍ଡ ଫୁଲିଯିବା‌ ସହିତ ରକ୍ତ ବି ବାହାରିଥାଏ। ବହୁତ ଯନ୍ତ୍ରଣା ହୋଇଥାଏ। ମୁଁ ଜାଣିଛି ଯେତେବେଳେ କୌଣସି ବ୍ୟକ୍ତି ଅତ୍ୟାଚାର ସହିଥାଏ, ସିଏବି ଅନ୍ୟର କଷ୍ଟକୁ ଅନୁଭବ କରିପାରିଥାଏ। ମା’ ଓ ପରିବାରର ଅନ୍ୟ ସଦସ୍ୟଙ୍କ କାରଣରୁ ସେ ଭୟାବହ ପରିସ୍ଥିତିରୁ ମୁଁ ମୁକୁଳି ପାରିଥିଲି। ଆଉ ଆଜି ଯାହାବି ହୋଇଛି ସବୁ ସେମାନଙ୍କ ପାଇଁ ସମ୍ଭବ ହୋଇପାରିଛି।’
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ନିକଟରେ ଜଣେ କାର ଚାଳକଙ୍କ ଦ୍ବାରା ଅସଦାଚରଣର ଶିକାର ହୋଇଥିଲେ। କାରଣ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ମହିଳାମାନେ ରାତିରେ କେତେ ସୁରକ୍ଷିତ ତାହାର ଯାଞ୍ଚ ପାଇଁ ରାସ୍ତାକୁ ବାହାରି ଏକା ଛିଡ଼ା ହୋଇଥିଲେ।
ଏହି ସମୟରେ ଜଣେ କାର ଚାଳକ ଦିଲ୍ଲୀ ମହିଳା କମିଶନ ମୁଖ୍ୟଙ୍କୁ ଅସଦାଚରଣ କରିଥିଲେ। ଯେତେବେଳେ ଶ୍ବାତୀ ତାଙ୍କ ଗାଡ଼ିରୁ ଚାବି ବାହାର କରିବାକୁ ଯାଉଥିଲେ ସେ କାର ଝରକା ଦେଇ ତାଙ୍କୁ କିଛିବାଟ ଘୋଷାରି ନେଇଥିଲେ।

Leave a Reply

Your email address will not be published. Required fields are marked *