Spread the love

କାବୁଲ : ତୁର୍କୀରେ ବିନାଶକାରୀ ଭୂମିକମ୍ପ ପରେ ଏବେ ଆଫଗାନିସ୍ତାନରେ ମଧ୍ୟ ତୁହା କୁ ତୁହା ଭୂକମ୍ପ ହେବାରେ ଲାଗିଛି। ଆଜି ଭୋରୁ ଏଠାରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ଏଥିସହ ଭୂକମ୍ପର କେନ୍ଦ୍ରସ୍ଥଳର ଫୈଜାବାଦ ଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।
ତେବେ ଏହି ଭୂକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଏହାପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ଆଫଗାନିସ୍ତାନର କାବୁଲରେ ୪.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା।
ଆଫଗାନିସ୍ତାନରେ ୬୯.୫୧ ଦ୍ରାଘିମା ଏବଂ ୩୪.୫୩ ଅକ୍ଷାଂଶ ୧୩୬ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଘଟିଥିଲା। ଏହାକୁ ମିଶାଇ ଚଳିତ ମାସରେ ତୃତୀୟ ଥର ପାଇଁ ଏଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।
ତୁର୍କୀ ଓ ସିରିୟାରେ ଫେବ୍ରୁଆରୀ ୬ ତାରିଖରେ ବିନାଶକାରୀ ଭୂମିକମ୍ପ ହୋଇଥିଲା। ଏଥିରେ ୫୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୭.୮ ତୀବ୍ରତାର ଏହି ଭୂମିକମ୍ପ ପୂରା ଦେଶକୁ ଦୋହଲାଇ ଦେଇଥିଲା। ଅନେକ ବଡ ବଡ କୋଠା ଓ ବିଲ୍ଡିଂ ଭୁଶୁଡିବା ସହ ଚାରିଆଡେ ହାହାକାର ଖେଳି ଯାଇଥିଲା। ଭୂମିକମ୍ପ ଯୋଗୁ ଅନେକ ଲୋକ ବାସହରା ହୋଇପଡିଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *