Spread the love

ମୋହାନ: ଗଜପତି ମୋହନା ଅଞ୍ଚଳରେ ଥମୁନି ଦାଦନ ଦୁଃଖ । ଘଟୁଛି ଗୋଟିଏ ପରେ ଗୋଟିଏ ଘଟଣା ।କେବେ ହାତ ପାପୁଲି କଟାଯାଉଛି ତ କେବେ ଦିଆଯାଇଛି ଶାରୀରିକ ମାନସିକ ନିର୍ଯ୍ୟାତନା । ଆଉ ଏବେ ଆସିଛି ତାଠୁ ବଡ଼ ସାଂଘାତିକ ଅଭିଯୋଗ । ମାଡ଼ ମାରିବା ସମୟରେ ସଂପର୍କିୟଙ୍କୁ ଭିଡିଓ କଲ୍ କରି ଦେଖାଯାଇଛି । ତାପରେ ଶ୍ରମିକଙ୍କୁ ଆହୁରି ପିଟି ପିଟି କରାଯାଇଛି ହତ୍ୟା ।ଏଭିଳି ଅଭିଯୋଗ ଆସିଛି ଗଜପତି ଅଡ଼ବା ଥାନା ବାରିଆ ଗାଁରୁ।

ସୂଚନା ପ୍ରକାରେ ବାରିଆଗାଁର ଶରତ ପରିଛା ପ୍ରାୟ ଗୋଟିଏ ବର୍ଷ ହେବ ପ୍ରଥମେ କେରଳ ଯିବା ପରେ ବର୍ତ୍ତମାନ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ଗତକାଲି ସଂଧ୍ୟାରେ ନିଜ ସଂପର୍କୀୟଙ୍କୁ ଗୋଟିଏ ମୋବାଇଲ ନମ୍ବରରୁ କଲ୍ କରି ଭିଡିଓ କଲ୍ କରିବା ପାଇଁ କହିଥିଲେ । ତେବେ ସଂପର୍କୀୟ ଦେଢଶାଶୁ ମାର୍ଥା ପରିଛା ଶରତଙ୍କୁ କଲ୍ କରିବା ବେଳେ ଗୋଟିଏ ଅନ୍ଧାର କୋଠରୀରେ ତାଙ୍କୁ ମାଡ଼ ମରାଯାଉଥିବା ଦେଖିଥିଲେ ।ତାପରେ ଆଉ ସେହି ନମ୍ବରରେ ଫୋନ୍ କରିଲେ ମଧ୍ୟ କେହି କଲ୍ ରିସିଭ୍ କରିନଥିଲେ।ତେବେ ଆଜି ତାଙ୍କର ମୃତ ଶରୀର ଫଟୋ ଗୁଡିକ ଦେଢ଼ଶାଶୁ ମାର୍ଥା ପରିଛାଙ୍କୁ ପଠାଇ ଏହି ଶବ ଏଠାରୁ ନେବ ଯଦି ନିଅ ନହେଲେ ଫୋପାଡ଼ି ଦିଆଯିବ ବୋଲି କହିଥିବା କହିଛନ୍ତି ଦେଢ଼ଶାଶୁ ମାର୍ଥା ପରିଛା ।

ସେପଟେ ମୃତ ଶରତଙ୍କ ତିନୋଟି ପୁଅ ଝିଅ ଥିବା ବେଳେ ସ୍ତ୍ରୀ ମିନତି ଏବେ ବେସାହାରା ।ପରିବାର ଲୋକେ ଆଜି ଏନେଇ ଅଡ଼ବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ତାସହ ଶରତଙ୍କ ମୃତ ଶରୀରକୁ ନିଜ ଗାଁକୁ ଆଣିବା ସହ ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।ସେପଟେ ଶରତଙ୍କ ମାଁ ଏବେ ବାହୁନି ବାହୁନି କାନ୍ଦୁଥିବା ବେଳେ ମୃତ ଶରୀରକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଶରତଙ୍କ ଭାଉଜଙ୍କ ମଧ୍ୟ ଏବେ କାନ୍ଦି କାନ୍ଦି ଅଥୟ ହୋଇଯାଉଥିବା ବେଳେ ହତ୍ୟାକାରୀଙ୍କୁ ଗିରଫ କରିବା ସହ ମୃତ ଶରୀରକୁ ଆଣିବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *