Spread the love

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ଚଳଚଞ୍ଚଳ ବିଭିନ୍ନ ଶକ୍ତି ପୀଠ । ନବରାତ୍ରର ପ୍ରଥମ ଦିନରେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଜୟଦୂର୍ଗା ବେଶରେ ଦର୍ଶନ ଦେଉଛନ୍ତି ସେହିଭଳି ରାଜ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ଗଡ଼ଚଣ୍ଡୀ । ମାଅଙ୍କ ଆଶିଷ ଲାଭ କରିବା ପାଇଁ ଦୂର ଦୁରାନ୍ତରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । କିଏ ମାନସିକ ପୁରଣ ଖୁସିରେ ମାଆଙ୍କ ପାଖକୁ ଆସିଛି ତ ଆଉ କିଏ ମାନସିକ ନେଇ ମାଆଙ୍କ ପାଖକୁ ଧାଇଁ ଆସିଛି। ମନ୍ଦିର ଖୋଲିବା ପରେ ଆରମ୍ଭ ହୋଇଥିଲା ମାଆଙ୍କ ନିତିକାନ୍ତି । ଏହାପରେ ଚଣ୍ଡୀ ପାଠ, ରୁଦ୍ରାଭିସେକ ସାଙ୍ଗକୁ ସନ୍ଧ୍ୟା ଆଳତିର ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ନବରାତ୍ର ପୂଜା କୁ ନିଷ୍ଠା ର ସହ ପାଳନ କରିଥାନ୍ତି ଶ୍ରଦ୍ଧାଳୁ।

Leave a Reply

Your email address will not be published. Required fields are marked *