Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାହୁଲଙ୍କୁ ଘରେ ଖଣ୍ଡେ ଦିଆଯାଉ | କିଛି ଏଭଳି ଦାବି ଏବେ ଉଠିଛି | ବାସ୍ତବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛତିଶଗଡର ରାୟପୁରରେ ଆୟୋଜିତ ହୋଇଥିବା କଂଗ୍ରେସ ମହାଧିବେସନକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ମୋର ୫୨ ବର୍ଷ ଧରି ଘର ନାହିଁ। ଆଉ ଏହି ବିବୃତ୍ତି ପରେ ଏବେ ବିଜେପି ଏହାକୁ ନେଇ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛି। ଖବର ଅନୁଯାୟୀ, ୱାୟାନାଡ଼ରୁ ସାଂସଦ ଥିବା ରାହୁଲଙ୍କ ପାଇଁ ୱାୟାନାଡ ବିଜେପି ପକ୍ଷରୁ ଏକ ଘର ଦେବାକୁ ଦାବି କରାଯାଇଛି |
ୱାୟାନାଡ ବିଜେପି ପକ୍ଷରୁ କଲପେଟ୍ଟା ପୌରପାଳିକାର ସଚିବଙ୍କ ନିକଟକୁ ଏକ ଆବେଦନ ପଠାଯାଇଛି। ଏହି ଆବେଦନରେ କଂଗ୍ରେସ ସାଂସଦଙ୍କ ନାମକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏବଂ ତାଙ୍କୁ ଘର ଓ ଜମି ଯୋଗାଇବା ପାଇଁ ଏକ ଆବେଦନ କରାଯାଇଛି। ୱାୟାନାଡ ବିଜେପି ଜିଲ୍ଲା ସଭାପତି କେ.ପି ମଧୁ ବୁଧବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ କଂଗ୍ରେସ ନେତାଙ୍କୁ ଏକ ଘର ଓ ଜମି ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ମଧୁ ଉପହାସ କରି କହିଛନ୍ତି ଯେ ୱାୟାନାଡରେ ଏକ ଘର ରହିବା ରାହୁଲ ଗାନ୍ଧୀଙ୍କ ପାଇଁ ଠିକ ହେବ |
କାରଣ ସେ ଏଠାକୁ ଛୁଟି କାଟିବାକୁ ଆସନ୍ତି। ଉଲ୍ଲେଖ ଥାଉ କି କଂଗ୍ରେସର ୮୫ତମ ମହାଅଧିବେଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ୫୨ବର୍ଷ ହେଲାଣି ତାଙ୍କର ନିଜ ଘର ଖଣ୍ଡିଏ ନାହିଁ ଏବଂ ପରିବାରର ଯେଉଁ ଘର ଅଛି ତାହା ଆହ୍ଲାବାଦରେ ଅଛି। ତାକୁ ମଧ୍ୟ ନିଜର ଘର କହିପାରିବି ନାହିଁ।

Leave a Reply

Your email address will not be published. Required fields are marked *