Spread the love

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଅପ୍‌ଲୋଡ୍‌ କରାଯାଇଛି। ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଏହି ସୂଚନାକୁ ଡାଉନଲୋଡ୍‌ କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୂଚନାରେ ସଂପୃକ୍ତ ସ୍କୁଲରୁ କେତେ ପିଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି, ସଂପୃକ୍ତ ହାଇସ୍କୁଲର ଛାତ୍ରଛାତ୍ରୀ କେଉଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ, ସଂପୃକ୍ତ ସ୍କୁଲ ପରୀକ୍ଷା କେନ୍ଦ୍ର କିମ୍ବା ନୋଡାଲ ସେଣ୍ଟର କିମ୍ବା ମୂଲ୍ୟାୟନ କେନ୍ଦ୍ର ହୋଇଛି କି ନାହିଁ, ଯଦି ପରୀକ୍ଷା କେନ୍ଦ୍ର ହୋଇଛି, ତେବେ କେତ‌େ ପିଲା ପରୀକ୍ଷା ଦେଉଛନ୍ତି… ଏଭଳି ସମସ୍ତ ତଥ୍ୟ ରହିଛି। ‌
ସେହିପରି ବୋର୍ଡ ୱେବ୍‌ସାଇଟ୍‌ରେ ମାଟ୍ରିକ, ମଧ୍ୟମା, ମୁକ୍ତବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡ ଛଡାଯାଇଛି। ବିଦ୍ୟାଳୟର ମୁଖ୍ୟମାନେ ଏହାକୁ ଡାଉନ‌ଲୋଡ କରି ପରୀକ୍ଷାର୍ଥୀଙ୍କୁ ଯୋଗାଇ ଦେବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପତ୍ରବିନିମୟ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ମଧ୍ୟ ବୋର୍ଡ ୱେବସାଇଟରେ ଛଡାଯାଇଛି। ଏହି ପରୀକ୍ଷାର୍ଥୀମାନେ ନିଜ ନାମ ଓ ବାପାଙ୍କ ନାମକୁ ଲଗ୍ ଇନ୍ କରି ଆଡମିଟ୍‌ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ‌ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସୁସ୍ମିତା ସାହୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *