Spread the love

ଭୁବନେଶ୍ବର : ରାଜ୍ୟରେ ମୋଟ ଷଣ୍ଢ ସଂଖ୍ୟା ଜଣାନାହିଁ। ହେଲେ ବଳଦ ସଂଖ୍ୟା କମିବାରେ ଲାଗିଛି। ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ତାରକା ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ମତ୍ସ, ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
ବିଧାୟକ ଶ୍ରୀ ସାହୁ ପଚାରିଥିଲେ ରାଜ୍ୟରେ ହଳ ଓ ଶଗଡ଼ ବ୍ୟବହାର କମି ଯାଉଥିବା ଯୋଗୁଁ ବଳଦର ଆବଶ୍ୟକତା ହ୍ରାସ ପାଇଲାଣି କି ? ଏଥିଯୋଗୁ ଅଣ୍ଡିରା ବାଛୁରୀଗୁଡ଼ିକ ଲୋକମାନେ ବଳଦ ନ କରି ଛାଡ଼ି ଦେଉଥିବାରୁ ଷଣ୍ଢ ସଂଖ୍ୟା ବୃଦ୍ଧି ପାଉଥିବା ସତ୍ୟ କି ? ଷଣ୍ଢଗୁଡ଼ିକ ବିଲରେ ପଶି ଫସଲ ନଷ୍ଟ କରୁଥିବା ଖବର ସରକାରଙ୍କ ଦୃଷ୍ଟି ଗୋଚର ହୋଇଛି କି? ଯଦି ହଁ ତେବେ ଏହାର ସମାଧାନ ଲାଗି କି ପଦକ୍ଷେପ ନିଆଯାଉଛି ?
ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହାର ଉତ୍ତର ଦେଇଛନ୍ତି, ରାଜ୍ୟରେ ହଳ ଓ ଶଗଡ଼ ବ୍ୟବହାର କମି ଯାଉଥିବାରୁ ବଳଦର ଆବଶ୍ୟକତା ହ୍ରାସ ପାଇଲାଣି। ଅଣ୍ଡିରା ବାଛୁରୀଗୁଡ଼ିକ ଷଣ୍ଢ ଆକାରରେ ରହି ଯାଉଛନ୍ତି। ପ୍ରାଣୀ ସମ୍ପଦ ଗଣନାର ତଥ୍ୟ ଅନୁଯାୟୀ ଷଣ୍ଢମାନଙ୍କ ସଂଖ୍ୟା ଗଣନା କରାଯାଉନାହିଁ। ରାଜ୍ୟରେ ବଳଦ ସଂଖ୍ୟା ହ୍ରାସ ପାଉଥିବାର ତଥ୍ୟ ପ୍ରାଣୀଧନ ଗଣନାରୁ ପ୍ରମାଣିତ ହେଉଅଛି।
୨୦୧୨ରେ ପ୍ରଣୀଧନ ଗଣନା ଅନୁଯାଇ ରାଜ୍ୟରେ ବଳଦ ସଂଖ୍ୟା ୪,୩,୦୧,୮୦୬ ଥିଲା। ୨୦୧୯ ମସିହାରେ ହୋଇଥିବା ପ୍ରାଣୀଧନ ଗଣନାରେ ବଳଦ ସଂଖ୍ୟା ସଂଖ୍ୟା ୨୯,୮୫,୧୪୨ ଥିଲା। ଗତ ୭ ବର୍ଷ ମଧ୍ୟରେ ୩୧ ପ୍ରତିଶତ ବଳଦ ସଂଖ୍ୟା ହ୍ରାସ ପାଇଛି। ତେବେ ଷଣ୍ଢମାନେ ବିଲରେ ପଶି ଫସଲ ନଷ୍ଟ କରୁଥିବା ସମ୍ବଦ୍ଧୀୟ ତଥ୍ୟ ସରକାରଙ୍କ ଦୃଷ୍ଟିକୁ ଆସିନାହିଁ।

Leave a Reply

Your email address will not be published. Required fields are marked *