Spread the love

କଟକ: କ୍ୟାଣ୍ଟନମେଣ୍ଟ ଥାନା ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଥାନାର ପୁଲିସ ଟିମ୍‌ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦୁଇ ଜଣ ମୋବାଇଲ୍‌ ଫୋନ୍‌ ଲୁଟେରାଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୯୦ଟି ମୋବାଇଲ ଫୋନ୍‌ ଜବତ କରିଛି। ଏହାର ବଜାର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ।
ସାମ୍ବାଦିକ ସମ୍ମିଳନୀରେ ବୁଧବାର ଅତିରିକ୍ତ ଡିସିପି ଶେଖ ସରିଫଉଦ୍ଦିନ କହିଛନ୍ତି, ଅଭିଯୁକ୍ତମାନେ କଟକ ଓ ଭୁବନେଶ୍ୱରରେ ହେଉଥିବା ବିଭିନ୍ନ ମେଳା, ମହୋତ୍ସବ ଓ ବସ୍‌ ଯାତ୍ରା ସମୟରେ ମୋବାଇଲ ଲୁଟ୍‌ କରୁଥିଲେ। ଜବତ ମୋବାଇଲ ଗୁଡିକ ମଧ୍ୟରେ ଅଧିକାଂଶ ରହିଛି ଦାମିକିଆ ସ୍ମାର୍ଟଫୋନ୍‌। ଅଭିଯୁକ୍ତମାନେ ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଭଡ଼ା ଘର ନେଇ ରହୁଥିଲେ। ମୋବାଇଲ ଲୁଟ୍‌ କରି ଏହାକୁ ଅନ୍ୟ ରାଜ୍ୟରେ ବିକ୍ରି କରୁଥିଲେ। ନିଜକୁ ରାଜମିସ୍ତ୍ରୀ ଓ ଦିନ ମଜୁରିଆ ଭାବେ ପରିଚୟ ଦେଉଥିଲେ। ଜବତ ହୋଇଥିବା ୯୦ଟି ମୋବାଇଲର ଆନୁମାନିକ ମୂଲ୍ୟ ପାଖାପାଖି ୧୭ ଲକ୍ଷ ଟଙ୍କା ହେବ।

Leave a Reply

Your email address will not be published. Required fields are marked *