Spread the love

ନୂଆଦିଲ୍ଲୀ: ସାଉଦୀ ଆରବ ପୂର୍ବାଞ୍ଚଳ ସହର ଦମମ୍‌ଠାରେ ଥିବା କିଙ୍ଗ ଫହଦ୍ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଉପରେ ହୁତୀ ବିଦ୍ରୋହୀଙ୍କ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ସାଉଦୀ ନଗରିକ ହୋଇଥିବା ଅନ୍ୟ ଜଣକ ଭାରତୀୟ । ତେବେ ଭାରତୀୟ ନାଗରିକଙ୍କ ସବିଶେଷ ବିବରଣୀ ହସ୍ତଗତ ହୋଇପାରିନାହିଁ । ସାଉଦୀ ଆରବର ଜେନେରାଲ ଅଥରିଟି ଅଫ ସିଭିଲ ଆଭିଏସନ(ଜିଏସିଏ) ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଗତ ସପ୍ତାହରେ ରିଆଦ ସ୍ଥିତ କିଙ୍ଗ ଖାଲିଦ ଆନ୍ତର୍ଜାତୀୟ ବିମନ ବନ୍ଦର ହୁତୀ ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁ ଜଣେ ଭାରତୀୟଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ । ହୁତୀ ବିଦ୍ରୋହୀଙ୍କ ଏମିତି ଆତଙ୍କକୁ ଦୃଷ୍ଟିରେ ରଖି ବୁଧବାର ଆମେରିକା ସାଉଦୀ ଆରବରେ ଥିବା ନିଜ ରାଷ୍ଟ୍ରଦୂତ ଏବଂ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ଥିବା କର୍ମଚାରୀମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛି ।

Leave a Reply

Your email address will not be published. Required fields are marked *