ପାଟଣା: ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକ ଙ୍କ ର ଆଜି ୭୭ ବର୍ଷ ବୟସ ରେ ପରଲୋକ ଘଟିଛି।କିଛି ମାସ ହେଲା ସେ ଅସୁସ୍ଥ ଥାଇ ଭୁବନେଶ୍ୱର ର ଏକ ଚିକିତ୍ସାଳୟରେ ଚିକିତ୍ସାଧିନ ରହିବା ପରେ ନିକଟରେ ଘର କୁ ଫେରିଥିଲେ ।ତାଙ୍କ ବିୟୋଗ ରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।ସେ ୧୯୯୦ ରୁ ୧୯୯୫ ଯାଏଁ ପାଟଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ଥିଲେ।ପରବର୍ତ୍ତୀ ପର୍ଯ୍ୟାୟ ରେ ସେ ସକ୍ରିୟ ରାଜନୀତି ରେ ଥିଲେ ମଧ୍ୟ ଭାଗ୍ୟ ତାଙ୍କ ସାଥ ଦେଇ ନଥିଲା ।ଅପର ପକ୍ଷରେ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ନାଏକ ପାଟଣା ବ୍ଲକ ର ଅଧ୍ୟକ୍ଷା ପଦ ଓ ତାଙ୍କ ସାନପୁଅ ଜଗନ୍ନାଥ ନାଏକ ଗତ ସରକାର ଙ୍କ ସମୟ ରେ ବିଜୁଜନତା ଦଳ ର ପ୍ରାର୍ଥୀ ଭାବେ ପାଟଣା ନିର୍ବାଚନ ମଣ୍ଡଳୀ ର ବିଧାୟକ ହେବାର ସୁଯୋଗ ପାଇଥିଲେ ।ପାଟଣା ବ୍ଲକ ଭଗପଶି ଗ୍ରାମ ର ବାସିନ୍ଦା ସ୍ୱର୍ଗତ କାହ୍ନୁ ଚରଣ ନିଜ ପୁଅ ଙ୍କ ପାଖରେ କେନ୍ଦୁଝର ରେ ରହୁଥିଲେ।ଚିକିତ୍ସା ରେ ଉନ୍ନତି ନଘଟିବା ରୁ ତାଙ୍କୁ ଘର କୁ ଫେରାଇ ଅଣାଯାଇଥିଲା। ଆଜି ସନ୍ଧ୍ୟା ୮ ପରେ ପରେ ତାଙ୍କର ପରଲୋକ ଘଟିଛି।
କାହ୍ନୁଚରଣ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ ,ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର ,ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ,ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର,ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ,ଚମ୍ପୁଆ ବିଧାୟକ ସନାତନ ମହାକୁଡ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାଏକ ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି,ସାହାରପଡା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁ ,ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ,ପୂର୍ବତନ ବିଧାୟକ ହୃଷୀକେଶ ନାଏକ,କଂଗ୍ରେସ ନେତା ଇଂ ବିନୋଦ ବିହାରୀ ନାଏକ ,ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାଏକ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାଏକ ଝୁମ୍ପୁରା ବ୍ଲକ ବିଜେଡି ସଭାପତି ଡମ୍ବରୁଧର ,ଚମ୍ପୁଆ ବ୍ଲକ ବିଜେଡି ସଭାପତି ଚୂଡ଼ାମଣି ମହାନ୍ତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି କାହ୍ନୁଚରଣ ଙ୍କ ବିୟୋଗ ରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ ପରିବାର କୁ ସମବେଦନା ଜଣାଇଛନ୍ତି ।ମୃତୁ ଶଯ୍ୟା ନିକଟରେ ତାଙ୍କ ର ତିନି ପୁଅ ଲୋକନାଥ,ସତ୍ୟବ୍ରତ,ଓ ଜଗନ୍ନାଥ ଙ୍କ ସହ ଝିଅ ଝରଣା ଓ ପୁତୁରା ଜ୍ୟୋତିରଞ୍ଜନ ସିଂହ ଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ।ଶୁକ୍ରବାର ଭଗପଶି ଗ୍ରାମରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।