ଭୁବନେଶ୍ବର: ୨୦୨୭ ଯୁକ୍ତଦୁଇ ପରୀକ୍ଷା ପାଇଁ ନୂଆ ବ୍ୟବସ୍ଥା । ଯୁକ୍ତ ଦୁଇ ପରୀକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା କଡ଼ାକଡ଼ି କରିଛି CHSE । ସମସ୍ତ ପରୀକ୍ଷା ହଲ୍, ଷ୍ଟ୍ରଙ୍ଗ୍ ରୁମ୍ ଓ ପରୀକ୍ଷାଗାରରେ ସିସିଟିଭି କ୍ୟାମେରା ଲଗାଇବା ସହ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆସନ୍ତା ନଭେମ୍ବର ୩୦ ଶେଷ ତାରିଖ ରଖାଯାଇଛି । CCTV ନଥିଲେ ପରୀକ୍ଷା କେନ୍ଦ୍ର ବାତିଲ କରାଯିବ! ଏନେଇ ସବୁ ଯୁକ୍ତଦୁଇ କଲେଜକୁ CHSEର ନିର୍ଦ୍ଦେଶ ରହିଛି । ସିସିଟିଭି ମାଧ୍ୟମରେ CHSE, ଗଣଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପରୀକ୍ଷା ଉପରେ ନଜର ରଖାଯିବ। CCTV ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ନିର୍ଦ୍ଧାରିତ ସମୟରେ ବ୍ୟବସ୍ଥା ନକଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପରୀକ୍ଷା କେନ୍ଦ୍ର ବାତିଲ ହୋଇପାରେ ବୋଲି ପରିଷଦ ଚେତାବନୀ ଦେଇଛି ।