Spread the love

ରାଜସ୍ଥାନ: ଆଜି ସକାଳେ ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରିଛି ।

ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୭ଟାରେ ଯାତ୍ରୀମାନଙ୍କୁ ନେଇ ମଧ୍ୟପ୍ରଦେଶରୁ ଜୟପୁର ଅଭିମୁଖେ ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ଗାଡ଼ିଟି ଡିଭାଇଡର ଭାଙ୍ଗି ପ୍ରାୟ ୨୦ ଫୁଟ ତଳକୁ ଏକ ଷ୍ଟର୍ମ ଡ୍ରେନ୍ ଭିତରକୁ ଖସି ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣା ସିମାଲିଆ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା । ଡ୍ରାଇଭର ଯାତ୍ରା କରୁଥିବା ସମୟରେ ନିଦ ଲାଗିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇ ସିମାଲିଆ ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆମ୍ବୁଲାନ୍ସରେ କୋଟାର ନ୍ୟୁ ମେଡିକାଲ କଲେଜ ହସ୍ପିଟାଲରେ ଏବଂ MBS ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଏହି ଦୁଃଖଦ ଦୁର୍ଘଟଣା ମୃତକଙ୍କ ପରିବାରକୁ ଗଭୀର ଶୋକରେ ପରିଣତ କରିଦେଇଛି ।

ଅନ୍ୟପଟେ ମୃତକ ଏବଂ ଆହତଙ୍କ ପରଚୟ ଚିହ୍ନଟ କରାଯାଇଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ତଦନ୍ତାଧୀନ ରହିଛି । ଏଥିସହ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି  ଆଶଙ୍କା କରାଯାଉଛି ।

Leave a Reply

Your email address will not be published. Required fields are marked *