ଭୁବନେଶ୍ୱର : ରାଜଧାନୀରେ ଦଶହରାରେ ଜୋରଦାର ହେବ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଅଭିଯାନ । ମଦୁଆ ଡ୍ରାଇଭରଙ୍କୁ ମିଳିବନି ତ୍ରାହି । ଛକ ବଜାରରେ ମଦ୍ୟପ ଡ୍ରାଇଭରଙ୍କ ଉପରେ ରହିବ ନଜର। ରାଜଧାନୀ ଭୁବନେଶ୍ବରରେ ଦଶହରା ପାଇଁ ଟ୍ରାଫିକ ଦାୟିତ୍ୱରେ ୭୩ ଅଫିସରଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଦୁର୍ଘଟଣା ରୋକିବା ସହ ଟ୍ରାଫିକ ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏହାକୁ ରୋକିବାକୁ ତିଆରି ହୋଇଛି ବ୍ଲୁ ପ୍ରିଣ୍ଟ।
ଭିଡ଼ ନିୟନ୍ତ୍ରଣ ସହ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ନଜର ରଖାଯିବ । ବେପରୁଆ ଗାଡି ଚାଳନା କଲେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ । ଗତ କିଛି ଦିନ ମଧ୍ୟରେ ସହରରେ ବଢୁଥିବା ଦୁର୍ଘଟଣା ଓ ହିଟ ଆଣ୍ଡ ରନ ମାମଲାକୁ ଦୃଷ୍ଟିରେ ରଖି ଟ୍ରାଫିକ ପରିଚାଳନା କୁ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦେଇଛନ୍ତି ଟ୍ରାଫିକ ଏସିପି ।