Spread the love

ରାଇରଙ୍ଗପୁର: ଗୁଣି ଗାରେଡ଼ି ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ସ୍ୱାମୀଙ୍କୁ ଫେରାଇ ଆଣିବେ କହି ୩ଦିନ ଧରି ଦୁଷ୍କର୍ମ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ପାରିବାରିକ ଅଶାନ୍ତି ଦୂର କରିବା ସହ ଅଲଗା ରହୁଥିବା ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ଗୁଣିଆ । ଏନେଇ ମହିଳାଙ୍କୁ ନିଜ ଘରେ ୩ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ପ୍ରତିବାଦ କଲେ ଗୁଣିଗାରେଡ଼ି କରି ସ୍ୱାମୀ-ସ୍ତ୍ରୀଙ୍କୁ ମାରିଦେବାକୁ ଧମକ ବି ଦେଉଥିଲେ ।

ପରେ ଗୁଣିଆ କବଳରୁ ଖସି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମହିଳା । ଅଭିଯୋଗ ଅନୁଯାୟୀ, ପାରିବାରିକ ଅଶାନ୍ତି ଯୋଗୁଁ ମହିଳାଙ୍କ ସ୍ୱାମୀ ତାଙ୍କ ସହ ରହୁନଥିଲେ । ସ୍ୱାମୀଙ୍କୁ ଫେରାଇ ଆଣିବା ପାଇଁ ମହିଳା ଜଣକ ବିଶୋଇ ଥାନା ମଧୁପୁର ଗାଁର ଜଣେ ଗୁଣିଆଙ୍କ ନିକଟକୁ ଯାଇଥିଲେ । ଗୁଣିଆ ଜଣକ ସମସ୍ତ ସମସ୍ୟା ସମାଧାନ କରିଦେବା ସହ ସ୍ୱାମୀଙ୍କୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଗୁଣିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହିଳା। ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *