ମୁମ୍ବାଇ : ପ୍ରବଳ ବର୍ଷାରେ ଭାଙ୍ଗିଗଲା ଗଣେଶ ମୂର୍ତ୍ତି । ମୁମ୍ବାଇ ନାଲାସୋପାରାରେ ବର୍ଷା ଯୋଗୁଁ ବଡ଼ ଗଣେଶ ମୂର୍ତ୍ତି ହଠାତ୍ ଭୁଶୁଡିପଡିଥିଲା । ଫଳରେ ୪ ଜଣ ଭକ୍ତ ଦବିଥିବା ଜଣାପଡିଛି । ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାରକାର୍ଯ୍ୟରେ ଲାଗିପଡିଥିଲେ । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଘଟଣା ଶନିବାର ସନ୍ଧ୍ୟା ୬ଟାରେ ଘଟିଛି ।
ଖବର ମୁତାବକ, ମୁମ୍ବାଇ ନାଲସୋପାରାରେ ଗଣେଶ ମୂର୍ତ୍ତି ଏକ କାରଖାନାରୁ ଗଣେଶ ମଣ୍ଡଳ ସ୍ଥାନକୁ ନିଆଯାଉଥିଲା । ଏହି ସମୟରେ ପ୍ରବଳ ବର୍ଷା ହେବା ଯୋଗୁଁ ଏହାକୁ ନେଇ ଯାଉଥିବା ଲୋକ ଗଣେଶଙ୍କ ଉପରେ ପ୍ଲାଷ୍ଟିକ ଜରି ପକାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇବାରୁ ମୂର୍ତ୍ତି ଖସିପଡିଥିଲା । ଫଳରେ ଏତେ ବଡ଼ ମୂର୍ତ୍ତି ଭାଙ୍ଗିଯିବାରୁ ଏହା ତଳେ ୪ ଜଣ ଦବିଯାଇଥିଲେ ।
ଘଟଣା ପରେ ଉପସ୍ଥିତ ଅନ୍ୟ ଲୋକ ତଳେ ଦବିଯାଇଥିବା ପିଲାଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ଚେଷ୍ଟା କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଗଣେଶ ମୂର୍ତ୍ତିକୁ ଲୋକମାନେ ଉଠାବା ପରେ ତଳେ ଦବିଯାଥିବା ଲୋକଙ୍କୁ ବାହାର କରାଯାଇଥିଲା । ତେବେ ଘଟଣାରେ କେହି ଆହତ ହୋଇନାହାନ୍ତି ।
ତେବେ ପ୍ରବଳ ବର୍ଷା ହେବା ଯୋଗୁଁ ମୂର୍ତ୍ତି ସ୍ଥାନାନ୍ତର କରିବା ବେଳେ ଲୋକମାନେ ଏହାକୁ ଜରି ଘୋଡାଉଥିବା ବେଳେ ଏଭଳି ଅଘଟଣ ଘଟଥିଲା । ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଛି ।