Spread the love

ଝାରସୁଗୁଡ଼ା: ଝାରସୁଗୁଡ଼ା ପୌରପାଳିକାରେ ଆର୍ଥିକ ଅନିୟମିତତାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ସରକାରୀ ପାଣ୍ଠିରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଆତ୍ମସାତ ବା ହେରଫେର ହୋଇଥିବା ନେଇ ଗମ୍ଭୀର ଅଭିଯୋଗ ଆସିବା ପରେ ଭିଜିଲାନ୍ସ ବିଭାଗ ତଦନ୍ତ ପ୍ରକ୍ରିୟାକୁ କଡ଼ାକଡ଼ି କରିଛି।

ଏହି ମାମଲାରେ ଝାରସୁଗୁଡ଼ା ଭିଜିଲାନ୍ସ ୟୁନିଟର ଡିଏସପି କଳାବତୀ ବାଗଙ୍କ ପକ୍ଷରୁ ଝାରସୁଗୁଡ଼ା ପୌରପାଳିକାର ପୌରାଧ୍ୟକ୍ଷା ରାନୀ ହାତୀଙ୍କୁ ଏକ ଜରୁରୀ ନୋଟିସ ନୋଟିସ ନମ୍ବର ୬୮୨/୨୦୨୬ ଜାରି କରାଯାଇଛି। ରାଉରକେଲା ଭିଜିଲାନ୍ସ ଫାଇଲ୍ ନମ୍ବର ୨/୨୦୨୬ ଆଧାରରେ ଏହି ନୋଟିସ ପଠାଯାଇଛି। ନୋଟିସ ଅନୁଯାୟୀ, ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ଓ ହେରଫେର ଅଭିଯୋଗର ଛାନଭିନ୍ ପାଇଁ ଆସନ୍ତା ୨୦୨୬ ସେପ୍ଟେମ୍ବର ୮ ତାରିଖ ପୂର୍ବାହ୍ନ ୧୦:୩୦ ମିନିଟ୍‌ରେ ଝାରସୁଗୁଡ଼ା ଭିଜିଲାନ୍ସ ୟୁନିଟ୍ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପୌରାଧ୍ୟକ୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୌରପାଳିକା ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଚାଲିଥିବା ଏହି ତଦନ୍ତ ପ୍ରକ୍ରିୟାକୁ ଅତ୍ୟନ୍ତ ଜରୁରୀ ଭାବେ ଭିଜିଲାନ୍ସ ପକ୍ଷ ରୁ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *