ଭୁବନେଶ୍ୱର : ୧୪ OAS ଅଧିକାରୀଙ୍କୁ IAS ପଦୋନ୍ନତି । ଓଡ଼ିଶା ପ୍ରଶାସନିକ ସେବାର ୧୪ ଜଣ ଅଧିକାରୀଙ୍କୁ IASକୁ ପଦୋନ୍ନତି ମିଳିଛି। ଏନେଇ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ-DoPT ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫ ସିଲେକ୍ଟ ଲିଷ୍ଟ ପାଇଁ ନିର୍ଦ୍ଧାରିତ ଖାଲି ପଦ ଆଧାରରେ ଏହି ୧୪ OAS ଅଧିକାରୀଙ୍କୁ IASକୁ ପଦୋନ୍ନତି ଦିଆଯାଇଛି । ଭାରତୀୟ ପ୍ରଶାସନିକ ସେବା (Recruitment) Rules, 1954 ଏବଂ Appointment by Promotion Regulations, 1955 ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ହୋଇଛି । ପଦୋନ୍ନତି ପରେ ସମସ୍ତ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡରରେ ଆବଣ୍ଟନ କରାଯାଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନେ ପ୍ରୋବେସନରେ ରହିବେ ।
IASକୁ ପଦୋନ୍ନତି ପାଇଥିବା ୧୪ ଅଧିକାରୀ ହେଲେ ସୂର୍ଯ୍ୟ ନାରାୟଣ ଦାଶ, ସୁମିତା ସରକାର, ବାଲମୁକୁନ୍ଦ ଭୂୟାଁ, ସୌଦାମିନୀ ସେଠୀ, ମଧୁମିତା ନାୟକ, ଜ୍ୟୋତିର୍ମୟୀ ପ୍ରଧାନ । ସେହିପରି ବବିତା ମହାନ୍ତି, ଅନୁଜ କୁମାର ଦାସ ପଟ୍ଟନାୟକ, ଜ୍ୟୋତିରଞ୍ଜନ ମିଶ୍ର, ସୁରେନ୍ଦ୍ର କୁମାର ପଣ୍ଡା, ଶୁଭ୍ରା ମହାନ୍ତି, ମଧୁମିତା ନାୟକ, ସଂଘମିତ୍ରା ଶତପଥୀ ଓ ହିମାଂଶୁ ଶେଖର ବେହେରାଙ୍କୁ ଆଇଏଏସ ପଦକୁ ପଦୋନ୍ନତି ମିଳିଛି । ପଦୋନ୍ନତି ପାଇଥିବା ଅଧିକାରୀମାନେ ଆଗାମୀ ଦିନରେ ନିର୍ଦ୍ଧାରିତ ବାଧ୍ୟତାମୂଳକ ପ୍ରଶିକ୍ଷଣ ନେବେ ।