ବାଲେଶ୍ବର: ବାଲେଶ୍ବର ସିମୁଳିଆରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ସିଂକୁ ଗୁଳି କଲା ପୋଲିସ। ରାଣୀତାଲ କୁପାରୀ ରାସ୍ତା ଅଡାସୋଲା ଛକ ନିକଟରେ ଏନକାଉଣ୍ଟର ହୋଇଛି । ସିମୁଳିଆରେ ମୁକେଶ ଆତ୍ମଗୋପନ କରିଥିବା ପୋଲିସ ଖବର ପାଇ ବାଲେଶ୍ଵର ଏସପି ଙ୍କ ନିର୍ଦ୍ଦେଶରେ ଏକ ଟିମ୍ କରାଯାଇଥିଲା । ସଦଳବଳେ ପୋଲିସ ପହଞ୍ଚି ଲୋକେଶ ଉପରକୁ ଗୁଳି ଚଳାଇ ଥିଲା । ମୁକେଶ ମଧ୍ୟ ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା । ତାର ବାମ ଗୋଡରେ ବାଜିଛି ଗୁଳି। ତାକୁ ଗୁରତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଲୋକେଶ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ରହିଛି ଏକାଧିକ ଅପରାଧିକ ମାମଲା । ତେବେ ଘଟଣାସ୍ଥଳରୁ ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଫେରାର ଅପରାଧୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସୀ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ଥିବାବେଳେ ଏନକାଉଣ୍ଟର ଘଟଣାକୁ ନେଇ ତଦନ୍ତ ଚାଲିଛି । ଏନେଇ ସୂଚନା ଦେଲେ ବାଲେଶ୍ୱର ଏସପି ପ୍ରତ୍ୟୁଷ ଦିବାକର ।