Spread the love

ବ୍ରହ୍ମପୁର : ବିଦ୍ୟୁତ ଆଘାତରେ ନାବାଳକର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାସୀ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ପକ୍ଷୀରାଜ ସାହିର  । ନାବାଳକ ଶ୍ରେଣୀରେ ପାଠ ପଢୁଥିଲେ। ଶନିବାର ସଂଧ୍ୟା ସମୟରେ ନିଜଘରେ ଏକ ସାଇନ୍ସ ପୋଜେକ୍ଟ କରୁଥିଲେ ଆଉ ସେଥିରେ ବିଦ୍ୟୁତ ସାହାଯ୍ୟରେ ପରୀକ୍ଷା ନିରୀକ୍ଷା କରୁଥବା ବେଳେ ହଠାତ ବିଦ୍ୟୁତ ଆଘାତରେ ଆହତ ହୋଇ ତଳେ ପଡ଼ିଯାଇଥିଲେ।

ତେବେ ପରିବାର ଲୋକ ନାବାଳକକୁ ତୁରନ୍ତ ଏକ ଅଟୋ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳକଙ୍କ ମୃତ୍ୟୁରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *