Spread the love

ମହାରାଷ୍ଟ୍ରର : ମୋବାଇଲ ଉଜାଡିଦେଲା ପୁରା ପରିବାର । ସାମାନ୍ୟ ମୋବାଇଲ ଦେଖିବା ଅଜବ ଜିଦରୁ ଚାଲିଗଲା ବାପା-ପୁଅ -ମାଙ୍କ ଜୀବନ । ଆଖି ପିଛୁଳାକେ ଉଜୁଡ଼ିଗଲା ପୂରା ପରିବାର ।  ମୋବାଇଲ ବ୍ୟବହାରକୁ ନେଇ ତାଗିଦ କରିବାରୁ ପାହାଡ଼ରୁ ଡେଇଁଲା ୧୯ ବର୍ଷର ପୁଅ ।  ସେପଟେ ପୁଅକୁ ବଞ୍ଚାଇବାକୁ ଯାଇ ପାହାଡ଼ରୁ ଖସିପଡିଲା ବାପ ।  ବାପ ପୁଅଙ୍କ ମୃତ୍ୟୁକୁ ଦେଖି ପାହାଡ ଉପରେ ଡେଇଁ ଜୀବନ ହାରିଲା ମାଆ ।  ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଅଞ୍ଚଳରେ ।  ମୃତକମାନେ ହେଉଛନ୍ତି ୧୯ ବର୍ଷୀୟ ପୁଅ କୁନାଲ ଚାନ୍ଦଗୁଡ଼େ, ବାପା ମୂରଲୀଧର ଚାନ୍ଦଗୁଡ଼େ ଓ ମା’ ସଙ୍ଗୀତା ଚାନ୍ଦଗୁଡ଼େ ।

କୁନାଲର ମୋବାଇଲ୍ ବ୍ୟବହାରକୁ ନେଇ ପରିବାରରେ ବଚସା ହୋଇଥିଲା ।  ଏଥିରେ ଉତ୍ତ୍ୟକ୍ତ ହୋଇ କୁନାଲ ଆତ୍ମହତ୍ୟା ଧମକ ଦେବା ସହ ଦେବଲାଇ ଅଞ୍ଚଳର ଖାବଡା ପଥର ଖାଦାନ ଉପରେ ଚଢ଼ି ଯାଇଥିଲା ।  ପୁଅ ପାହାଡ଼ ଉପରୁ ଡେଇଁବାକୁ ଧମକ ଦେବା ପରେ ଗ୍ରାମବାସୀ, ପୋଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ତାକୁ ବୁଝାସୁଝା କରିଥିଲେ ।  କିନ୍ତୁ ଏଥିରେ ବିଫଳ ହୋଇଥିଲେ ପରିବାର, ଗ୍ରାମବାସୀ ଓ ଉଦ୍ଧାରକାରୀ ଦଳ ।  ଶେଷରେ ପୁଅକୁ କାବୁ କରିବାକୁ ବାପା ମୂରଲୀଧର କୁନାଲକୁ ଧରିବାକୁ ଯାଉଥିବା ବେଳେ ସନ୍ତୁଳନ ହରାଇ ଉଭୟେ ଶହେ ଫୁଟ ପାହାଡ଼ରୁ ଖସି ପଡ଼ି ପ୍ରାଣ ହରାଇଥିଲେ ।  ବାପ-ପୁଅଙ୍କ ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ଶେଷରେ ମା’ ବି ସେହି ପାହାଡ଼ରୁ ଡେଇଁ ଆତ୍ମହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *