ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ। ପୋଲିସ-ଅନଲାଇନ ଗାଡ଼ିଚାଳକ ମୁହାଁମୁହିଁ। ଲୋୟର ପିଏମଜିରୁ ମାଷ୍ଟରକ୍ୟାଣ୍ଟିନ ଯାଏ ଟ୍ୟାକ୍ସି ଓ ଅଟୋ ରଖି ରାସ୍ତାରୋକ । ଅନଲାଇନ ଗାଡ଼ି ଚାଳକ ରାସ୍ତାରୋକ କରିଥବା ବେଳେ ଉତ୍ତେଜନା ଦେଖାଦେଇଥିଲା।ଆମ ବସକୁ ଆକ୍ରମଣ ଘଟଣାରୁ ଆରମ୍ଭ ହୋଇଥିଲା ଉତ୍ତେଜନା । ଅଟୋ ଚାଳକମାନଙ୍କୁ ପୋଲିସ ବୁଝାସୁଝା କରୁଥିବା ବେଳେ ହଠାତ୍ ସଂଘବଦ୍ଧ ହୋଇ ପୋଲିସ ଉପରକୁ ଧସେଇ ଆସିଥିଲେ ଆନ୍ଦୋଳନକାରୀ ।
ଇଟା, ପଥର ଓ କାଚ ବୋତଲରେ ହୋଇଥିଲା ଆକ୍ରମଣ । ଆକ୍ରମଣରେ ୧୩ ଜଣ ପୋଲିସ ଅଧିକାରୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ଘଟଣା ପରେ ଆକ୍ସନ୍ ମୋଡ୍ କୁ ଆସିଛି ପୋଲିସ । ଏଯାବତ୍ ୫୦ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସିସିଟିଭି ଫୁଟେଜ୍ ଓ ସାଧାରଣ ଲୋକଙ୍କ ଭିଡିଓ ଆଧାରରେ ଚାଲିଛି ଚିହ୍ନଟ ଓ ଗିରଫଦାରୀ । ଯେଉଁମାନେ ଆଇନକୁ ହାତକୁ ନେଇ ପୋଲିସ ଉପରେ ଆକ୍ରମଣ କରିଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ।