ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଲୋକ। ରନ୍ଧାଖାଦ୍ୟ, ପାନୀୟଜଳ, ଗୋ ଖାଦ୍ୟ କିଛି ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। କୁମ୍ଭୀର ଭୟ ଥିବାରୁ ରାତି ଉଜାଗର ହେଉଛନ୍ତି ଲୋକ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି । ସବୁଠାରୁ ବଡ଼ ସମସ୍ୟା ହେଉଛି ଖାଦ୍ୟ ଓ ପାନୀୟଜଳ। ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଲୋକଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚୁନଥିବା ଅଭିଯୋଗ ହୋଇଛି।
ପିଇବା ପାଣି ପାଇଁ ମଧ୍ୟ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ଏହାକୁ ନେଇ ବନ୍ୟା ବିପନ୍ନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମଣିଷଙ୍କ ସହ ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ସମସ୍ୟା ବଢ଼ିଛି। ଗୋ ଖାଦ୍ୟ ମିଳୁନଥିବାରୁ ଗୋପାଳକମାନେ ଚିନ୍ତାରେ ପଡ଼ିଛନ୍ତି । ଏପଟେ ବନ୍ୟା ପାଣି ଘେରରେ କୁମ୍ଭୀର ଭୟ ମଧ୍ୟ ଲୋକଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ରାତି ସମୟରେ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। କୁମ୍ଭୀର ଭୟରେ ଅନେକ ଲୋକ ରାତି ଉଜାଗର ରହୁଥିବା କହିଛନ୍ତି। ବନ୍ୟା ପାଣି ମଧ୍ୟରେ ଜୀବନ ଓ ଜୀବିକାକୁ ନେଇ ଲୋକେ ଏବେ ଚିନ୍ତାରେ।