Spread the love

ଭୁବନେଶ୍ୱର : ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର । ଗାଲୁଡିହିରୁ ସାଢ଼େ ୬ ହଜାର କ୍ୟୁସେକ୍ ପାଣି ଆସିଛି । ଆଜି ରାତି ୧୨ଟା ସୁଦ୍ଧା ସୁବର୍ଣ୍ଣରେଖାରେ ପୀକ୍ ଫ୍ଲଡ୍ ଆସିବାର ସମ୍ଭାବନା ରହିଛି ବୋଲି ଦିଲୀପ କୁମାର ରାଉତ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ଫଳରେ ନଦୀ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ରହିଛି । ବାଲେଶ୍ବର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳ ପ୍ରଭାବିତ ହେବା ସମ୍ଭାବନା ରହିଛି । ବନ୍ୟା ଯୋଗୁଁ ଉପୁଜିଥିବା ଜଳବନ୍ଦୀ ସ୍ଥିତି ଆହୁରି ୩ରୁ ୪ ଦିନ ଲାଗି ରହିପାରେ ।

ସେପଟେ ଜଳକା ନଦୀରେ ଜଳସ୍ତର ହ୍ରାସ ପାଉଛି । ବ୍ରାହ୍ମଣୀ ନଦୀରେ ପାଣି ସତର୍କ ସଙ୍କେତ ତଳେ ରହିଛି । ବୈତରଣୀରେ ମଧ୍ୟ ଜଳସ୍ତର କମୁଥିବା ବେଳେ ୧୮.୫୭ ଫୁଟ୍ ରେ ପାଣି ପ୍ରବାହିତ ହେଉଛି । ସାଳନ୍ଦୀରେ ଜଳସ୍ତର ସ୍ଥିର ରହିଛି । ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ପାଣି ବିପଦ ସଙ୍କେତ ତଳେ ରହିଛି । ହୀରାକୁଦ ଜଳଭଣ୍ଡାରରେ ମୋଟ ୧୭ଟି ଗେଟ୍ ଖୋଲା ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୦ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ସେହି ପରିମାଣର ପାଣି ନିଷ୍କାସନ କରାଯାଉଛି । ଏହାର ପ୍ରଭାବରେ ଆସନ୍ତାକାଲି ମୁଣ୍ଡଳୀରେ ସାଢ଼େ ୫ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *