Spread the love

ଭୁବନେଶ୍ୱର : ପୋଲିସ କଣ୍ଟ୍ରୋଲ ରୁମରେ ସଫେଇ କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ । ଡିସିପି ଅଫିସର ଦ୍ୱାରସ୍ଥ ହେଲେ ପୀଡ଼ିତା ସଫେଇ କର୍ମଚାରୀ । ମଞ୍ଚେଶ୍ୱର ପୋଲିସ କଣ୍ଟ୍ରୋଲ ରୁମର ଆସିଷ୍ଟାଣ୍ଟ କମାଣ୍ଡର ଦୀପକ ନାୟକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୀଡ଼ିତା ।  ଗତ ୨ ତାରିଖରେ ମହିଳା ସଫେଇ କର୍ମଚାରୀ ଆସିଷ୍ଟାଣ୍ଟ କମାଣ୍ଡର ଦୀପକ କୁମାର ନାୟକଙ୍କ ଚାମ୍ବର ସଫା କରୁଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି ବୋଲି କହିଛନ୍ତି ପୀଡ଼ିତା ।  ୩ ତାରିଖରେ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ମହିଳା ।  ଆଉ ୫ ତାରିଖରେ କୌଣସି ପ୍ରମାଣ ନାହିଁ ବୋଲି ଥାନା ଅଧିକାରୀ କହିଥିଲେ । ଘଟଣାକୁ ଚପେଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ମହିଳା ।  କେବଳ ଅସଦାଚରଣ ନୁହେଁ, ବରଂ ନିମ୍ନ ଜାତି କହି ଆକ୍ଷେପ କରିବା ଭଳି ଅଭିଯୋଗ ଆଣିଛନ୍ତି ପୀଡ଼ିତା ।  ଥାନାରେ କୌଣସି ସମାଧାନ ନହେବା ପରେ ଆଜି ଡିସିପି ଅଫିସଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା ।

Leave a Reply

Your email address will not be published. Required fields are marked *