Spread the love

ଝାଡ଼ଖଣ୍ଡ : ତୀବ୍ର ହେଉଛି ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନ । ପୋଲିସ – ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ରାସ୍ତାରେ ହଜାର ହଜାର ଛାତ୍ର ପୋଲିସ ବ୍ୟାରିକେଡ୍ ଡେଇଁ ବିଧାନସଭା ପାଖରେ ପହଞ୍ଚିଗଲେ । ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଘଉଡ଼ାଇବାକୁ ପ୍ରଥମେ ପାଣିମାଡ଼ କରିଥିଲା ପୋଲିସ । ଏହା ପରେ ଲାଠିଚାର୍ଜ କରିଥିଲା । ପାଣିମାଡ଼ ବେଳେ ଆନ୍ଦୋଳନକାରୀ ଛାତ୍ର ରେନ୍ ଡ୍ୟାନ୍ସ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ପୋଲସକୁ ଖାତିର କରିନଥିଲେ । ଖଣ୍ଡଯୁଦ୍ଧ ସ୍ଥିତି ଉପୁଜିଥିଲା । ଝାଡ଼ଖଣ୍ଡରେ ସରକାରୀ ଚାକିରି ପାଇଁ ହେଉଥିବା ନିଯୁକ୍ତି ପରୀକ୍ଷାକୁ ନେଇ ଛାତ୍ର ଅସନ୍ତୋଷ ତୀବ୍ର ହୋଇଛି ।

Jharkhand Public Service Commission (JPSC) ଏବଂ Jharkhand Staff Selection Commission (JSSC) ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରେ କଥିତ ଅନିୟମିତତା ବିରୋଧରେ ସୋମବାର ହଜାର ହଜାର ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀ ରାଞ୍ଚିରେ ବିଧାନସଭା ଘେରାଉ ଅଭିଯାନରେ ସାମିଲ ହୋଇଛନ୍ତି । ଦୀର୍ଘଦିନ ଧରି JPSC ଓ JSSC ଦ୍ୱାରା ପରିଚାଳିତ ବିଭିନ୍ନ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି ଆନ୍ଦୋଳନକାରୀ । ବିଶେଷକରି 14th JPSC ପରୀକ୍ଷା ସହ JSSC-CGL ଏବଂ ଅନ୍ୟ ନିଯୁକ୍ତି ପରୀକ୍ଷାକୁ ନେଇ ସେମାନେ ଆପତ୍ତି ଉଠାଇଛନ୍ତି । ଅନିୟମିତତାର CBI ତଦନ୍ତ, ବିବାଦୀୟ ପରୀକ୍ଷା ବାତିଲ ଏବଂ ନିଯୁକ୍ତି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସେମାନଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି ।

ଛାତ୍ରଙ୍କ ଦାବି ନେଇ ଅନଶନରେ ବସିଥିବା ଛାତ୍ରନେତା ଦେବେନ୍ଦ୍ର ମହତୋ ଶାନ୍ତିପୂର୍ଣ୍ଣ ଭାବେ ଏକଜୁଟ ରହିବାକୁ ଅପିଲ କରିଛନ୍ତି । ବିଧାନସଭା ଅଭିମୁଖେ ଯାଉଥିବା ରାସ୍ତା ଯେପରି ଅବରୋଧ ନହୁଏ ସେନେଇ ମଧ୍ୟ କୁହାଯାଇଛି । ସାଧାରଣ ଲୋକଙ୍କ ସୁବିଧାକୁ ଧ୍ୟାନ ଦିଆଯାଇଛି । ଯଦି କୌଣସି ଛାତ୍ର ପୋଲିସ ସହ ମାରପିଟ୍ କରେ ତେବେ ତାଙ୍କୁ ସମର୍ଥନ କରାଯିବ ନାହିଁ । କୌଣସି ପ୍ରକାର ଅରାଜକତାରୁ ଦୂରରେ ରହିବା ଏବଂ ଏପରି ସ୍ଥିତି ହେଲେ ପୋଲିସକୁ ସୂଚନା ଦିଆଯିବ ।

ଏହା ପୂର୍ବରୁ ଜୁଲାଇ ୨୯ରେ ମଧ୍ୟ ହଜାର ହଜାର ଛାତ୍ରଛାତ୍ରୀ ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରୁ ଆଲବର୍ଟ ଏକ୍କା ଛକ ପର୍ଯ୍ୟନ୍ତ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ସେତେବେଳେ 14th JPSC PT Exam ବାତିଲ କର, ‘JPSC-JSSCର CBI ତଦନ୍ତ କର ଭଳି ଦାବି ଉଠିଥିଲା ।

Leave a Reply

Your email address will not be published. Required fields are marked *