ଜଳେଶ୍ବର : ଯୁବ ଆଇନଜିବୀଙ୍କୁ ମାରଣାଅସ୍ତ୍ରରେ ଆକ୍ରମଣ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଆଜି ଅପରାହ୍ନରେ ଏଭଳି ଅଭାବନୀୟ ଘଟଣା ସାମନାକୁ ଆସିଛି । ସୁଚନା ମୁତାବକ ଆଇନଜିବୀ ସିଦ୍ଧାର୍ଥ ଦାସ କୋର୍ଟରୁ କାମ ସାରି ଘରକୁ ଫେରୁଥିଲେ । ଜଳେଶ୍ବର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶାନ୍ତିଆ ନିକଟରେ ଦୁର୍ବୁର୍ତ୍ତ ମାନେ ମାରଣାଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ତାଙ୍କର ଡାହାଣ ପାଖ କାନ୍ଧ ଏବଂ ଦୁଇ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଛି । ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ତେବେ କଣ ପାଇଁ ଏବଂ କିଏ ଆକ୍ରମଣ କରିଛି ସେନେଇ କୌଳିକ ସ୍ପଷ୍ଟ ସୂଚନା ମିଳି ନାହିଁ । ଏହି ଘଟଣାରେ ଅଧିକ ତଦନ୍ତ କରୁଛି ଜଳେଶ୍ୱର ପୋଲିସ ।