ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବଡ଼ବିଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଜଙ୍ଗଲକୁ ଯାଇଥିବା ବେଳେ ବିରୁଡ଼ି ପୋକ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି | ମୃତକ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବଡ଼ବିଲ ଗ୍ରାମର ଚେରୁ ବାରିକ | ସୂଚନା ଅନୁସାରେ ୨ ଦିନ ତଳେ ଚେରୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବିରୁଡି ପୋକ ତାଙ୍କ ଦେହ ସାରା ଦଂଶି ଦେଇଥିଲା | ଫଳରେ ସେ ଗୁରୁତର ହୋଇଯାଇଥିଲେ |କଷ୍ଟେମଷ୍ଟେ ଉଦ୍ୟମ କରି ଚେରୁ ଜଙ୍ଗଲରୁ ଘରକୁ ପଳାଇ ଆସିଥିଲେ |