Spread the love

ସାଲେପୁର  :  ଆବର୍ଜନା ଟାଙ୍କିରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବକ ମୃତ ।  ନିର୍ମାଣଧୀନ ଆବର୍ଜନା ଟାଙ୍କିରେ ଫସିଲେ ଶ୍ରମିକ ।  ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଯୁବକ ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ।  କଟକ ମାହାଙ୍ଗା ଥାନା କୋଠପଦା ବଜାର ଗୌରୀ ପ୍ୟାଲେସ ମଣ୍ଡପର ନିର୍ମାଣଧୀନ ଆବର୍ଜନା ଟାଙ୍କିର ସଟରିଂ ଖୋଲିବାକୁ ଯାଇ ଜଣେ ଶ୍ରମିକ ଫସିଯାଇଥିଲେ ।

ସ୍ଥାନୀୟ କୋଠପଦା ଗାଁର ୨୮ବର୍ଷୀୟ ପ୍ରମୋଦ ଜେନା ତାଙ୍କୁ ଉଦ୍ଧାର କରିବାକୁ ଯାଇ ଏହି ଟାଙ୍କି ଭିତରେ ଶ୍ୱାସ ରୁଦ୍ଧ ହେବା ସହ ଫସିଯାଇଥିଲେ ।  ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲେ  ।  ହେଲେ ମାହାଙ୍ଗା ମେଡିକାଲ ନେବା ବାଟରେ ସ୍ଥାନୀୟ ଯୁବକ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା ।  ଶ୍ରମିକ ଜଣକ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ସ୍ଥାନାନ୍ତର ହୋଇଛନ୍ତି ।  ଶ୍ରମିକଙ୍କ ପରିଚୟ ଏଯାଏଁ ଜଣାପଡିନଥିଲା ।  ମାହାଙ୍ଗା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *