କାମାକ୍ଷାନଗର: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । ମୃତ ଛାତ୍ର ଢେଙ୍କାନାଳ ଜିଲ୍ଲା ଭୂବନ ଉଚ୍ଚବିଦ୍ୟାଳୟର ମଙ୍ଗରାଜ ସାଥୁଆ। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଛାତ୍ର ଜଣଙ୍କ ଚେତାସୂନ୍ୟ ହୋଇଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନା ଅନୁଯାୟୀ, ବିଦ୍ୟାଳୟରେ ପ୍ରତିଦିନ ଭଳି ସେଦିନ ମଧ୍ୟ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଇଥିଲା। ମଙ୍ଗରାଜ ଅନ୍ୟ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଥିଲେ। ତେବେ ଭୋଜନ ସରିବାର କିଛି ସମୟ ପରେ ହଠାତ୍ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା ଏବଂ ସେ ଚେତାସୂନ୍ୟ ହୋଇଯାଇଥିଲେ। ଏହା ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଶିକ୍ଷକମାନେ ତୁରନ୍ତ ଛାତ୍ରଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲେ।
ଘଟଣା ସମ୍ପର୍କରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ସେହିପରି ମଧ୍ୟାହ୍ନ ଭୋଜନର ନମୁନା ପରୀକ୍ଷା କରାଯିବ କି ନାହିଁ, ସେନେଇ ମଧ୍ୟ ଆଲୋଚନା ଚାଲିଛି।