ରାଜନଗର: କେନ୍ଦ୍ରାପଡ଼ା ରାଜନଗରରେ ଭାଇଗିରି । ଜଣେ କଲେଜ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ମଦନପୁର କଲେଜର ଜଣେ ଛାତ୍ରଙ୍କୁ କିଛି ଯୁବକ ସଂଘବଧ ଭାବେ ଆକ୍ରମମଣ କରିଛନ୍ତି । ଛାତ୍ର ଜଣଙ୍କ ଭୟରେ ଯୁବକମାନଙ୍କ ଗୋଡ଼ ଧରିଛନ୍ତି । କେବଳ ସେତିକି ନୁହେଁ, ଯୁବକମାନେ ଅସ୍ରାବ୍ୟ ଭାଷାରେ ମଧ୍ୟ ଗାଳିଗୁଲଜ କରିବା ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭାଇଗିରିର ଏହି ଭିଡିଓ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଏତଲା ପୋଲିସ ତଦନ୍ତ ଆରମ୍ଭ ହୋଇଛି ।
ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଛାତ୍ର ଜଣଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ମାଡ଼ ଖାଇଥିବା ଛାତ୍ରଙ୍କ ଘର ରାଜନଗର ପଶ୍ଚିମଭେଡା ଗାଁର। ଗତ ୩ ତାରିଖ ଦିନ କିଛି ଦୁର୍ବୁତ୍ତ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିବା ସହ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଭାଇରାଲ ହେଉଥିବା ଭିଡ଼ିଓକୁ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରେମ ସମ୍ପର୍କ କୁ ନେଇ ଏଭଳି ଘଟଣା ଘଟିଥିବା ଗ୍ରାମଞ୍ଚଳ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।