ପୁରୀ : ପୁଣିଥରେ ଚର୍ଚ୍ଚାରେ ଶ୍ରୀକ୍ଷେତ୍ର ପୁରୀ । ଶ୍ରୀମନ୍ଦିର ଭିତର ବେଢ଼ାରୁ ନୀଳଚକ୍ର ପତିତପାବନ ବାନା ପରିବର୍ତ୍ତନ ସମୟର ଭିଡିଓ ଭାଇରାଲ ହୋଇଛି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହାକୁ ଭାଇରାଲ କରାଯାଇଛି । ଭାଇରାଲ ହେବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ‘କୁର୍ତ୍ତିକା_କ୍ରେପ ୨୦୧୭’ ନାମକ ଏକ ଆକାଉଣ୍ଟରୁ ଏହା ପୋଷ୍ଟ କରାଯାଇଥିବା ସୂଚନା ମିଳିଛି । ଗତ କିଛି ଦିନ ଧରି ବାରମ୍ବାର ଶ୍ରୀମନ୍ଦିର ଭିତରର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଯାହା ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି ।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କିପରି ପହଞ୍ଚିଲା? ଏବଂ କେଉଁ ପରିସ୍ଥିତିରେ ଏହି ଭିଡିଓ ରେକର୍ଡ କରାଗଲା? କାରଣ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେବା ଉପରେ କଡ଼ା କଟକଣା ରହିଛି । ଏହି ଘଟଣା ପରେ ଭକ୍ତମାନଙ୍କ ମନରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି ।