Spread the love

ବ୍ରହ୍ମଗିରି: ଚିଲିକାରେ ପଶିଲା ପ୍ରଥମ ବନ୍ୟା ଜଳ। ଚଳିତବର୍ଷର ପ୍ରଥମ ବନ୍ୟାଜଳ ଚିଲିକାରେ ପ୍ରବେଶ କରିଛି।ପୁରୀ ଜିଲ୍ଲା କଣାସ ବ୍ଲକ ବଡଗୋଠ ଦେଇ ବନ୍ୟା ଜଳ ଚିଲିକା ମଧ୍ୟକୁ ଯାଉଛି। ବଡ ଗୋଠରେ ତ୍ରିବେଣୀ ଘାଟରେ ଦୟା, ଭାର୍ଗବୀ ଓ ଲୁଣା ନଦୀର ଜଳ ଏକାଠି ହୋଇ ପ୍ରଖର ସ୍ରୋତରେ ଚିଲିକାରେ ପ୍ରବେଶ କରୁଛି। ଚିଲିକାରେ ପଡ଼ିଆ ଜୁଆର ଥିବାରୁ ଚିଲିକା ବହୁ ମାତ୍ରାରେ ପାଣି ଟାଣୁଛି। ତେଣୁ ପୁରୀ ଜିଲ୍ଲାରେ ବନ୍ୟା ପାଣି କମିବାରେ ଲାଗିଛି।

ବନ୍ୟାଜଳ ଚିଲିକାକୁ ପ୍ରବେଶ କରିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି। ଦୀର୍ଘ ସମୟ ଧରି ଜଳବନ୍ଦୀ ହୋଇ ରହିଥିବା ଅଞ୍ଚଳରୁ ମଧ୍ୟ ପାଣି କମିବା ଆରମ୍ଭ ହୋଇଛି। ତେବେ ନଦୀ ଓ ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଚିଲିକାରେ ବନ୍ୟାଜଳ ପ୍ରବେଶ ପ୍ରକ୍ରିୟା ଉପରେ ଜଳସମ୍ପଦ ବିଭାଗ ଓ ସ୍ଥାନୀୟ ପ୍ରଶାସନ ନଜର ରଖିଛନ୍ତି। ଜଳସ୍ତର, ନଦୀର ସ୍ରୋତ ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନିରୀକ୍ଷଣ କରାଯାଉଛି। ଚିଲିକାରେ ଅଧିକ ପରିମାଣର ବନ୍ୟାଜଳ ନିଷ୍କାସନ ହେବା ଫଳରେ ଆଗାମୀ ସମୟରେ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଆହୁରି ସୁଧୁରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *