Spread the love

ଢେଙ୍କାନାଳ: ସମିତି ସଭ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ । ଢେଙ୍କାନାଳ ସଦର ଥାନା ଚନ୍ଦ୍ରଶେଖର ପ୍ରସାଦ ପଞ୍ଚାୟତ ଝୁମ୍ପୁଡିଆ ଗାଁର ସମିତି ସଭ୍ୟ ୩୮ ବର୍ଷୀୟ ରବିନାରାୟଣ ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ। ଜାଣିଶୁଣି ତାଙ୍କର ସମ୍ପର୍କୀୟଙ୍କ ପରିବାର ଲୋକେ ରବିଙ୍କୁ ମାରି ଦେଇ ଏହାକୁ ସାଧାରଣ ମୃତ୍ୟୁର ରୁପ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟ ରବିନାରାୟଣ ଙ୍କ ସ୍ତ୍ରୀ।ଅଭିଯୋଗ ମୁତାବକ ରବିନାରାୟଣଙ୍କୁ ଗୁଣିଗାରେଡି କରି ଗତ ୧୫ ବର୍ଷରୁ ଅଧିକ ସମୟ ଧରି ସେହି ଗାଁର ସମ୍ପର୍କୀୟ ଦାଦାଙ୍କ ଘର ଲୋକ ନେଇ ରଖିଥିଲେ। ଏପରିକି ଦେଢ଼ ବର୍ଷ ହେବ ବିବାହ କରିବା ପରେ ମଧ୍ୟ ସ୍ତ୍ରୀ ସଙ୍ଗିତାଙ୍କୁ ଛାଡି ସମ୍ପର୍କୀୟଙ୍କ ଘରକୁ ପଳାଇଥିଲେ ରବି।

ପରେ ତାଙ୍କ ସ୍ତ୍ରୀ ମଧ୍ୟ ସେଠାରେ ଯାଇ ରହୁଥିଲେ। ଏଠି ରହିବା ପରେ ସ୍ଵାମୀ ରବିଙ୍କ ସହ ତାଙ୍କ ସମ୍ପର୍କୀୟ ଭାଉଜଙ୍କ ସହ ଅବୈଧ ସମ୍ପର୍କ ରଖୁଥିବା ଜାଣିବାକୁ ପାଇଥିଲେ ସଙ୍ଗିତା। ଏକଥାକୁ ବିରୋଧ କରିବାରୁ ତାଙ୍କୁ ସ୍ଵାମୀ ଓ ତାଙ୍କ ସମ୍ପର୍କୀୟ ଭାଇ ଭାଉଜ ମାଡ଼ ମାରି ସେହି ଘରୁ ବାହାର କରି ଦେଇଥିଲେ। ଦୁଇ ଦିନ ତଳେ ରବିଙ୍କ ସ୍ଵାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡ଼ି ଯିବାରୁ କାହାକୁ ନଜଣାଇ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ନେଇ ସମ୍ପର୍କୀୟ ଦାଦାଘର ଲୋକ ଭର୍ତ୍ତି କରାଇଥିଲେ।

ତାଙ୍କର ମୃତ୍ୟୁ ପରେ ରବିନାରାୟଣ ଙ୍କ ସ୍ତ୍ରୀ ସଦରଥାନାରେ ତାଙ୍କ ସ୍ଵାମୀଙ୍କୁ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିଥିଲେ।ପରେ ସଦରଥାନା ପୋଲିସ ଗାଁରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।ପୋଲିସ ଉପସ୍ଥିତିରେ ସଙ୍ଗିତାଙ୍କର ସମସ୍ତ ଆସବାବପତ୍ର ତାଙ୍କୁ ହସ୍ତାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *