Spread the love

ନୂଆପଡ଼ା: ରାସ୍ତା ଉପରେ ବୁଲୁଛି କଲରାପତରିଆ ବାଘ । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଜାମଗାଁ ସୁନାବେଡ଼ା ମୂଖ୍ୟ ରାସ୍ତାରେ କଲରାପତରିଆ ବୁଲୁଛି ବାଘ । ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। କିଛି ଯୁବକ ଜାମଗାଁରୁ ସୁନାବେଡ଼ାକୁ ଚାରିଚକିଆ ଗାଡ଼ିରେ ଯାଉଥିବା ବେଳେ ରାସ୍ତା ଉପରେ ଏକ କଲରାପତରିଆ ବାଘକୁ ଦେଖିବାକୁ ପାଇଥିଲେ। ପରେ ଯୁବକମାନେ ତୁରନ୍ତ ନିଜର ମୋବାଇଲରେ ବାଘଟିର ଭିଡିଓ ଉତ୍ତୋଳନ କରିଥିଲେ । ବାଘକୁ ଦେଖିବା ପରେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ଏହି ରାସ୍ତାଦେଇ ଯାତାୟାତ କରିବା ପାଇଁ ଲୋକେ ଭୟ କରୁଛନ୍ତି ।

ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ପୂର୍ବରୁ ମଧ୍ୟ ବିଭିନ୍ନ ବନ୍ୟଜନ୍ତୁଙ୍କ ଉପସ୍ଥିତି ଦେଖାଯାଇଛି। ତେବେ ଜନବସତି ନିକଟ ଓ ମୁଖ୍ୟ ରାସ୍ତା ଉପରେ କଲରାପତରିଆ ବାଘ ବୁଲୁଥିବା ଘଟଣା ପରେ ଲୋକଙ୍କ ଚିନ୍ତା ବଢ଼ିଛି । ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଏବେ ଭୟଭୀତ ହୋଇପଡ଼ିଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ବନ ବିଭାଗକୁ ଏନେଇ ସୂଚନା ଦେଇ ବାଘର ଗତିବିଧି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବନ ବିଭାଗ ପକ୍ଷରୁ ମଧ୍ୟ ଲୋକଙ୍କୁ ସତର୍କ ରହିବା ଏବଂ ଏକାକୀ ଜଙ୍ଗଲ ରାସ୍ତାରେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *