Spread the love

ଭୁବନେଶ୍ୱର : ବନ୍ୟାରେ ୨୨ ଜିଲ୍ଲାର ୮୫ ବ୍ଲକ, ୧୫ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସାଢ଼େ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ରିଲିଫ କାର୍ଯ୍ୟ ଜାରି ରହିବ । ଏସଟିଆରଏଫ ନିୟମ ଅନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ । SDRF ପ୍ୟାକେଜ ଅନୁସାରେ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ପକ୍କା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୬ ହଜାର ୫୦୦ ଟଙ୍କା । କଚ୍ଚା ଘର ଆଂଶିକ ଭାଙ୍ଗିଥିଲେ ମିଳିବ ୪ ହଜାର ଟଙ୍କା । କୁଡ଼ିଆ ଭାଙ୍ଗିଥିଲେ ୮ ହଜାର, ଗୁହାଳ ପାଇଁ ୩ ହଜାର ଟଙ୍କା କ୍ଷତିପୂରଣ ମିଳିବ। ଖାଲୁଆ ଜମିରେ ଚାଷ କ୍ଷୟକ୍ଷତି ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା, ଜଳସେଚିତ ଜମିରେ ହେକ୍ଟର ପିଛା ୧୭ ହଜାର ଟଙ୍କା କ୍ଷତିପୂରଣ ମିଳିବ।

ସେହିପରି ବନ୍ୟାରେ ଜୀବନହାନୀ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ । ସେହିଭଳି ଗାଈ ପାଇଁ ୩୭ ହଜାର ୫୦୦ ଟଙ୍କା ବଳଦ କିମ୍ବା ମଇଁଷି ପାଇଁ ୩୨ ହଜାର , ବାଛୁରୀ ପାଇଁ ୨୦ ହଜାର ଛେଳି କିମ୍ବା ମେଣ୍ଢା ପାଇଁ ୪ ହଜାର ଟଙ୍କା କ୍ଷତିପୂରଣ ମିଳିବ । ସମୁଦାୟ ୨୨ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ୮୫ ବ୍ଲକ ସହ ୧୫ ସହରାଞ୍ଚଳ ପ୍ରଭାବିତ । ୬୫୬ ପଞ୍ଚାୟତ ଏବଂ ୧୪୫୮ ଗାଁ କ୍ଷତିଗ୍ରସ୍ତ ହୋଇଛି । ୮ ଲକ୍ଷ ୬୩ ହଜାର ୯୦୯ ଲୋକ ପ୍ରଭାବିତ । ୨ ଲକ୍ଷ ୬୭୩୦୧ ସ୍ଥାନାନ୍ତରିତ ହୋଇଥିଲେ । ୫୨୯ ରିଲିଫ କ୍ୟାମ୍ପ ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *