Spread the love

ମୟୁରଭଞ୍ଜ : କାର ଭିତରୁ ପୁଲିସ କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଛକ ନିକଟ ରାସ୍ତାପାର୍ଶ୍ୱରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସନ୍ଦେହ ଜନକ ଭାବରେ ରାସ୍ତାପାର୍ଶ୍ୱରେ ସୋମବାର ସକାଳ ୧୧ଟା ପାଖରୁ ରାସ୍ତା ପାର୍ଶ୍ୱରେ ଲାଲ କାର ଛିଡା ହୋଇଥିଲା । ପରେ ସ୍ଥାନୀୟ ଲୋକ ଅପରାହ୍ନ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଛିଡା ହୋଇଥିବାର ଦେଖି ସନ୍ଦେହରେ ପାଖକୁ ଯାଇ ଦେଖିଥିଲେ । ସେଠାରେ  କାର ଭିତରେ ଚାଳକ ସିଟରେ ଜଣେ ମୃତ ଭଳିଆ ପଡି ରହିଥିବା ଜଣାପଡିଥିଲା । ଏନେଇ ବୈଶିଙ୍ଗା ପୁଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚିଥିଲା ।

ହେଲେ କାର ଭିତରେ ମୃତକ ଜଣକ ବୈଶିଙ୍ଗା ଥାନାର କାର୍ଯ୍ୟରତ କନେଷ୍ଟବଳ ବସନ୍ତ ମହାନ୍ତ(୪୫) ।  ସେ ଝାରପଖରିଆ ଅଞ୍ଚଳର ହୋଇଥିବା ବେଳେ ୨୦୦୨ ମସିହାରୁ କନେଷ୍ଟବଳ  ଭାବରେ କାର୍ଯ୍ୟ କରୁଥିଲେ । ମୃତଦେହ ବୈଶିଙ୍ଗା ଡାକ୍ତରଖାନାରେ ରଖାଯାଇଥିବା ବେଳେ ପରିବାର ଲୋକ ଓ ବୈଶିଙ୍ଗା ଥାନାର ସମସ୍ତ କର୍ମଚାରୀ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖାଯାଇଥିଲା । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *