ତାଳଚେର : ଭାସିଗଲେ ଦୁଇ ସାଙ୍ଗ । ଜଣେ ଉଦ୍ଧାର, ଜଣେ ନିଖୋଜ । ତାଳଚେର ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବା ବେଳେ ଭାସିଗଲେ ଦୁଇ ସାଙ୍ଗ । ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟଜଣେ ଏବେବି ନିଖୋଜ ଅଛନ୍ତି । ତାଳଚେର କାକୁଡି ଗାଧୁଆ ତୁଠ କୁ ତାଳଚେର ଟାଉନର କିଛି ଯୁବକ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ବଡ଼ଦାଣ୍ଡ ସାହିର ଓମ୍ ପଟ୍ଟନାୟକ ଓ କାରିଗରପଡାର ରିଙ୍କୁ ଦାସ ନାମକ ଦୁଇ ସାଙ୍ଗ ପାଣିର ସ୍ରୋତରେ ଭାସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ରାହୁଲ ଉଦ୍ଧାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଓମ୍ ଏଯାଏ ନିଖୋଜ ଅଛନ୍ତି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପୋଲିସ ପହଞ୍ଚି ନିଖୋଜ ଙ୍କୁ ଖୋଜିବା କାର୍ଯ୍ୟ ଜାରି ରଖିଛି।